STORYMIRROR

Sandhya Rani Panigrahy

Abstract

3  

Sandhya Rani Panigrahy

Abstract

ନଜର ଲୁଚାଇବା ଓ ଓଠ ସେ ପାଖର କଥା

ନଜର ଲୁଚାଇବା ଓ ଓଠ ସେ ପାଖର କଥା

1 min
212

ତୁମେ କିଛି ବି କୁହନା

କହିଲ ବୋଲି କିଏ ଜାଣେନା

ଏ ଆଖି ବୁଝିପାରେ ନ କହିବାର

ଠାରରେ ଧରିପାରେ ଏ ନଜର ଲୁଚାଇବାର

କିଛି ନ କହିବାର ଛୋଟ ଛଳନା

କେବେ ବି ତ ଆଗୁଆ କୁହନା

ଏ ସବୁ ତୁମର ଯେଉଁ ବାହାନା

ଜମା ଧରି ହୁଏନା

ଧରା କାହାକୁ ପଡେନା

ଆଉ କିଛି ଫରକ୍ ହେବନି ନା

ଖାଲି ଦେଖିବାର ସୁଯୋଗ କଥାର

ନ ଛୁଇଁ ଅଧାରୁ ଫେରିବା ପୃଷ୍ଠାର

ସତରେ ଯେମିତି ଅତୀତ ଫସେ

ବସେ ଆସି ଖୁବ୍ ପାଖରେ ବସେ

କେତେ ହସେ କେତେ ବାସେ

ସେ ଏକା ଜାଣେ କେତେ ସେ ରୁଷେ

କିଛି ନ ପାଇ ଶେଷରେ ଲୁଚିଛି

କିଛି ନ ଦେଇ ସବୁ ନିସ୍ବ୍ ହୋଇଛି

ସବୁ ଜାଣତରେ ବା ଅଜାଣତରେ 

ଏମିତି କେତେ ଗଲ୍ପ ଅଲେଖା ଅଧାରେ 

ସବୁ ଗୀତ ସୁର ଧରେନା

ସବୁତକ କାହାଣୀ ସୁଖରେ ସରେନା

କିଛି ନିଆରା ଢଙ୍ଗର ଅଲଗା ମଜାଟା

କିଛି ଲୁଣି ରାଗର ବାରମଜା ସଜଟା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract