Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy

4  

Birakishore Nayak

Tragedy

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
231



ମଣିଷ ଗଢିଛି ସମାଜର ଵିଧି

     ବଞ୍ଚିବାକୁ ଶୃଙ୍ଖଳିତେ,

ଆଇନ ତିଆରି ସମସ୍ତଙ୍କ ପାଇଁ

      ସମାନ ଯେ ସବୁ ଦେଶେ |

ତଥାପି ଚାଲିଛି ବେଆଇନ କାର୍ଯ୍ୟ

      ଆଇନକୁ ଫାଙ୍କିଦେଇ,

ରାତ୍ରିର ଅନ୍ଧାରେ ନାନା ଅପରାଧ

      ଘଟେ ରୋଜଗାର ପାଇଁ |

ଭିନ୍ନ ବସତି ଯେ ରହିଛି ସମାଜେ

      ନିଷିଦ୍ଧ ଇଲାକା ନାମେ,

ସକଳ ଆଇନ ଆଖି ବୁଜିଥାଏ

      ସେଠାକାର ସବୁକାମେ |

ଦେହ ବ୍ୟବସାୟ ଚାଲେ ତ ସେଠାରେ

      ମନୋରଞ୍ଜନର ଆଳ,

ଅର୍ଥ ବଦଳରେ ନାରୀର ଶରୀର

     ମିଳେ ସେଠି ମାଳ ମାଳ |

ଲମ୍ପଟ ପୁରୁଷ ଯାଏ ପ୍ରତିଦିନ

      ଯୌନ ଉପଭୋଗ ପାଇଁ,

ନଥାଏ ମମତା ହୃଦୟର ପ୍ରୀତି

      ଲାଳସା ଯେ ଥାଏ ରହି |

କାହା ପରିଚୟ କେହି ବି ଜାଣେନା

      କ୍ଷଣିକର ଉନ୍ମାଦନା,

ମଣିଷ ପଣିଆ ହଜିଥାଏ ସେଠି

      ଯାହା ଅପରାଧେ ଗଣା |

ନିଶା ବେପାରର କାରବାର ଚାଲେ

      ଆଇନର ଅନ୍ତରାଳେ,

ନିଷିଦ୍ଧ ଇଲାକା ଦିନ ଦ୍ବିପ୍ରହରେ

      ନିତି ପାପ କରିଚାଲେ |

ଦଲାଲ ମାନଙ୍କ ଜରିଆରେ ସେଠି

     ହୁଏ ସବୁ କାରବାର,

ପୁଞ୍ଜି ଯେ କେବଳ କାରଣ ସର୍ବସ୍ବ

      ବାଟ କାଢ଼େ କଳଙ୍କର |

ଗରୀବ ଯୁବତୀ କିଣା ହୋଇଆସେ

     ବାଧ୍ୟକରେ ପରିସ୍ଥିତି,

ନିଷିଦ୍ଧ ଇଲାକା ବୁଝେନାହିଁ କେବେ

      କୋମଳ ମନର ସ୍ଥିତି |

ଜାରଜ ସନ୍ତାନ ଜନମ ହୁଅନ୍ତି

      ନିଷିଦ୍ଧ ଇଲାକା କୋଳେ,

ଜୀବନ ତାଙ୍କର ହାହାକାର କରେ

      ପଙ୍କିଳ ସମାଜ ତଳେ |

ସୁସ୍ଥ ସମାଜରେ ଅବାଂଛିତ ଏକ

      ବିକୃତ ଇଲାକା ଟିଏ,

ନାରୀ ମନ ସେଠି ଜଳି ଯାଇଥାଏ

      ମରିବି ସେ ବଞ୍ଚିଥାଏ |


Rate this content
Log in

Similar oriya poem from Tragedy