STORYMIRROR

Kalandi pal

Inspirational

4  

Kalandi pal

Inspirational

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
404


ଗଢ଼ା ସମ୍ବିଧାନ  ନୀତି ଓ ନିୟମେ

   ଆଇନ କାନୁନ ଭରା.

ଦେବାକୁ ସମ୍ମାନ   ନାଗରୀକଗଣ

    ନ ହୁଅ ବିମୁଖ ପରା.!!


ଦେଶ ଚାଲେ ନୀତି  ନିୟମେ ସଂହାତି

    ଜାତି ସାମ୍ପ୍ରଦାୟେ 

ଗାଆଁ ଗଣ୍ଡା ମାନେ  ନୀତି ଓ ନିୟମେ

    ପରିବାରେ ନୀତି ରୀତି.!!


ଗଣତନ୍ତ୍ର ରାଜ୍ୟେ  ସ୍ୱାଧୀନ ବିରାଜେ

    ସବୁଠି ନାହିଁ ସ୍ୱାଧୀନ.

ନୀତି ନିୟମରେ  ବ୍ୟାଘାତ ହୋଇଲେ

    ହୋଇଥାଏ ପରାଧୀନ.!!


ଆଇନ କାନୁନ  ମୂଳ ସମ୍ବିଧାନ

    ଯେ ଠାରେ ଯେଉଁ ଆଇନ.

ସନମାନ ଦେବା  ନାଗରିକ ସଦା

    ଲଙ୍ଘିବାଟା ବେଆଇନ.!!


ନିଷିଦ୍ଧ ଇଲାକା  ଆଇନରେ ବନ୍ଧା

    ଆତ ଜାତ ହେବା ମନା.

ବିପଦରେ ପୂର୍ଣ୍ଣ  ଅଟେ ସେହି ସ୍ଥାନ

    ଆଇନ କରଇ ମନା.!!


କରି ସୁଵିଚାର  ଦେଶ ସରକାର

    କରିଥାନ୍ତି ନିର୍ଦ୍ଧାରଣ.

ଦେଶର ମଙ୍ଗଳ  ସଭିଙ୍କ ମଙ୍ଗଳ

    ନ କର ଆଇନ ଭଗ୍ନ.!!


ମହତ୍ୱରେ ପୂର୍ଣ୍ଣ  ଥାଏ କିଛି ସ୍ଥାନ

    ହୁଏ ନିଷିଦ୍ଧ ଇଲାକା.

ଜନସାଧାରଣ  ହୁଅଇ ବାରଣ

    ହୋଇଥାଏ ଜଗା ରଖା.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational