ନିଶୁଣୀ
ନିଶୁଣୀ


ଜୀବନ ତ ଏକ ରହସ୍ୟ ରୋମାଞ୍ଚ ପୂର୍ଣ୍ଣ କାହାଣୀ
କେବେ ଏକୁଳରେ ରାଜା ତ କେବେ ସେକୁଳେ ରାଣୀ
ସତେ ଯେମିତି ନାୟକ ଏଠି କରିଛି ଚୋରୀ ସୁନାଗଉଣି
ଆଉ ନାୟିକା ଯେମିତି କୋଉ ଜନ୍ମରୁ ରହିଛି ଋଣୀ
ଏ ଅସମାଞ୍ଜସ୍ଯ କାହିଁକି କେଜାଣି
ଭୂତ ପ୍ରେତ ବା ପରଲୋକ ର ଭାବନା ବହୁଛି ଉଜାଣି
କର୍ମଫଳ ନାମେ କଷଣ କେତେ ଯେ କେଜାଣି
ତୁ ମୁଁ ସେ ସମେସ୍ତେ ଗୋଟେ ଗୋଟେ ରହସ୍ୟ ନିଶୁଣୀ.