STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ପ୍ରକୃତି

ପ୍ରକୃତି

1 min
0


ନଈଟା ଅଳସୀ କାଖରେ କଳସୀ 
ଜଳ ଭରି ଯାଏ ବହି 
ବରଷା ଆସୁଛି ମୌସୁମୀ ଲୁଚୁଛି 
ଥଣ୍ଡା ଜଳ ମୁନ୍ଦେ ପିଇ 
ଖରା ର ଚମକ ମଖମଲ୍ଲୀ ଭାବ 
ଉଭେଇ ଯାଇ 
ମୌସୁମୀ ବରଷା ରଜ ଆଣି ଆସେ 
ବନସ୍ତେ ଗଜ ଡାକେ ରହି ରହି 
କୁଆଁରୀମାନଙ୍କ ରଜ ସଜବାଜ ହୁଏ 
ସବୁ ମାଟିମାଆ ପାଇଁ 
ଗୋଡ଼ରେ ଅଳତା କାନରେ ଝୁମୁକା 
ପାଦରେ ପାଉଁଜି ବାଜେ ଛମଛମ ରହି 
ଷୋଡସୀ ସାଜିଛି କୃଷକର ଜମି 
ନୀଳକଇଁ ଫୁଟି ଚାହିଁ ରହି 
ଏସନ ବରଷା ଏନଲିନୋ ପାଇଁ 
ଛକାପଞ୍ଝା ଯାଏ ହୋଇ 
ଖରା ଓ ବରଷା ଶୀତ ଓ କାକର 
ଋତୁ ପରେ ଋତୁ ଆସେ ଯାଇ 
ନଈ ବେହାଲ ଦୁଇ କୁଳ ହାଲ 
ନକହି ଚୁପ ରହି 
ଦେଖୁଛି କବି କବିତାରେ ଯୋଖି 
କୋଉ ପାଣି କୁଆଡେ ଯାଇ


Rate this content
Log in

Similar oriya poem from Abstract