STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଜୀବନ ଯୋଗରେ ଗଢ଼ା 

ଜୀବନ ଯୋଗରେ ଗଢ଼ା 

1 min
0


ଠୁକୁ ଠୁକୁ ଚାଲି ଗୁଲୁ ଗୁଲୁ ବୋଲି 
ଚାଲିଶିଖିବାକୁ ତିନି ଚକ ଗଡା 
କଥା କହିବାକୁ ମାଆ ଶିଖାଏ ପାଟିକୁ 
ତଳ ଉପର କେମିତି ଯୋଡ଼ା 
ପାଠ ପଡ଼ିବାକୁ ପୁଣି ଖାଇବାକୁ ଭାତ 
ପକାଇବା ଯାଏଁ ପିଢା 
 ଅଭ୍ୟାସ ନାମେ ଯୋଗ ବାଲ୍ୟବେଳୁ 
ଖାଇ ଖାଇ କେତେ କଚଡ଼ା 
ପାଠ ଶାଠ ଆଉ ଚାକିରୀ ବାକିରୀ 
ସାଇକେଲ ଗଡା 
ଗାଧେଇବାକୁ ପହଁରା ଶିଖିବାକୁ 
ପୋଖରୀ ହୁଡ଼ା 
ସବୁଠି ଯୋଗ ସପ୍ତରାଗର ଜୀବନ 
ଯୋଗ ଖସଡ଼ା 
ହାତକୁ ଦିହାତ ପରେ ଘର ଓ ବାହାର 
ଯୋଗର ତୋଡ଼ା 
ହାତକୁ ବଢ଼ା, ଗଛ ଲଗାଇ ସବୁଜ ପଡା 
ଘୁରା ଆଖି ଦୁଇ ଯୋଡ଼ା 
ପିଲାଦିନ ଯୌବନ ସା୍ୟାହ୍ନ ବାର୍ଦ୍ଧକ୍ୟ 
ବା୍ୟାମ ଲୋଡ଼ା 
ସୁସ୍ଥ ନିରାମୟ ଜୀବନ ପାଇଁକି 
ଯୋଗ ଔଷଧ ପୁଡା 
ନହେଲେ ରୋଗ ଭୋଗ ଜୀବନ ଯାକ 
ଯେଝା ବାଟେ ଯିଏ ଖାଇ ଉଖୁଡା 
ଏବେଠୁ ଜାଗ ଯୋଗର ଯଜ୍ଞ କରି ଉତ୍ତୁରି 
ପୂର୍ଣ୍ଣ କର ଜୀବନ ଘଡ଼ା 
ସୁସ୍ଥ ମସ୍ତିଷ୍କ ସୁସ୍ଥ ଶରୀର ଧରିବାକୁ ହେଲେ 
ପିନ୍ଧି ଯୋଗର କଡା 
ବା୍ୟାମ ପ୍ରାଣା୍ୟାମ ଅଲମ ବିଲମ 
ପତଞ୍ଜଳି ପରି ଆପଣେଇ ବା୍ୟାମ 
ରୋଗକୁ ଘଉଡ଼ା


Rate this content
Log in

Similar oriya poem from Abstract