STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ବାପା 

ବାପା 

1 min
0


ତୁମେ କାରିଗର ବଢ଼େଇଟିଏ 
ଝୁରୁଥିବି ମଲାଯାଏଁ 
ତୁମେ କଳ୍ପବୃକ୍ଷ ଫଳ ଭାରେ 
ଯାହା ମନାସିଲେ ପାଏ 
ତୁମେ ମୋର ଝୁଲା ଦୋଳି 
ସହି ଅଝଟ ଅଳି 
ତୁମ ପରି ହେବ ଆଉ କିଏ 
ତୁମେ ବଇଁଶୀ ଵାଲା ଅଝଟ ପଣକୁ 
ବୁଝିବା ପରଖିଲା ଵାଲାଟିଏ 
କେତେ କେତେ ଵାଲା ଧରି ଭୋଗ ଡାଲା 
ତୁମେ ଆଣିଥିବା ଚିଜ ନିଏ 
ତୁମେ ଦୀପିଦାଣ୍ଡି ମୋ ଯାତ୍ରା ନାବିକ 
ତୁମ ଛଡା ବଣିକ ହୋଇବ କିଏ 
ବାପା ଥିବା ପୁଅ ସଭାରେ ହାରେନା 
ବାପା ଥିବା ଝିଅ ନିଆଁକୁ ଡରେନା 
ବାପା ପରି ଆଉ କିଏ 
ପିଲାଦିନଠାରୁ  ସାହାସ ସଂସ୍କୃତି ପରମ୍ପରା 
ତୁମଠୁ ଶିଖିଛି ଯିଏ 
ଆସୁ ଯେତେ ଝଡ଼ ଝଞ୍ଜା ଏ ଜୀବନେ 
ହାରିବାର ପାତ୍ର ନୁହେଁ
ଜିଇ ଥିବା ଯାଏଁ କହିବୁଲୁଥିବି 
ବାପାଙ୍କ ପରି କେ ନୁହେଁ 
ବାପା ପରା ଗଛ ସରେ ନାହିଁ ଛାଇ 
ଛତା ରୂପୀ ଛାତ ସିଏ 
ବାପା ଫଳନ୍ତି ବୃକ୍ଷ ଲୋଟନ୍ତି ଲୋଟାନ୍ତି 
ଚପଲ ହଳକ ଘୋରି ହେବା ଯାଏ 
ଅସୁମାରି ସ୍ବପ୍ନ କର୍ମେ ହୋଇ ମଗ୍ନ 
ସନ୍ତାନର ରକ୍ଷକ ଯିଏ 
,,,,,,,,,,,,,,,,,


Rate this content
Log in

Similar oriya poem from Abstract