STORYMIRROR

Sunanda Mohanty

Inspirational Others

3  

Sunanda Mohanty

Inspirational Others

ନିଶିଗନ୍ଧା

ନିଶିଗନ୍ଧା

1 min
235


ନିଶିଗନ୍ଧାର ନିଝୁମ ବାସରେ 

ରଜନୀଗନ୍ଧା ପରି ସୁବାସ 

ପ୍ରତିଟି ସକାଳ ନିଶିଗନ୍ଧା ପରିବାର 

ମହକେ ମହକି ଫୁଟାଏ ହସ 


ପ୍ରତି ଧାଡ଼ିରେ କବି କବିତାରେ 

ଅନ୍ତରର ଉଦବେଗ ଓ ପରିପ୍ରକାଶ 

ସାହିତ୍ୟ ଜଗତେ ସମୃଦ୍ଧିଶାଳୀ 

ଜନମାନସରେ ଜାଗୃତିର ବିକାଶ 

ମଣିଷ ଜୀବନୀ ସଂସ୍କୃତି ପରମ୍ପରା 

ଜୀବିକା ଜୀବନ କଥା ସରସ 

ବଣ ମୂଳକର ପାହାଡି ସାନ୍ତାଳୀ 

କି ଧନୀ ନିର୍ଦ୍ଧନୀ ସବୁ ମଣିଷ 


ଚଳଣୀ ଜୀବନୀ କଥା ଓ କାହାଣୀ 

ସାହିତ୍ୟର ଅଟେ ଦିଗ ବିଶେଷ 

ନିଶିଗନ୍ଧା ଆଣେ ଧର୍ଯ୍ୟ ସହିଷ୍ଣୁତା 

ବିଶ୍ୱାସରୁ ନିଶ୍ୱାସ ଅବଶ୍ୟ 

ଶବ୍ଦ ମାଧୁର୍ଯ୍ୟରେ ସ୍ୱୟଂସିଦ୍ଧା ନିଶିଗନ୍ଧା 

ଫୁଟାଏ ସାହିତ୍ୟ ସ୍ପର୍ଶ ଓ ରସ 


ଭାଷା ଶାଳୀନତା ଓ ବୋଧଗମ୍ୟତା 

ପଠନଶୈଳୀରେ ମାଧୁର୍ଯ୍ୟ ପିୟୁଷ 

ନିଶିଗନ୍ଧା ତୁମେ ନିଶି ବିଜନର 

ସ୍ୱତନ୍ତ୍ର ଏକାନ୍ତ ରଜନୀଗନ୍ଧାର ବାସ 

ମାତୃଭାଷା ପ୍ରୀତି ହୃଦୟେ ଜଗାଅ 

ଲେଖକ ପାଠକ ହୁଅନ୍ତି ଅନ୍ୟମନସ୍କ 


ରଜନୀଗନ୍ଧାପରି ସାହିତ୍ୟର ମାୟା 

ହୁଅନ୍ତି ସର୍ବେ ସାହିତ୍ୟ ମନସ୍କ 

ସ୍ନିଗ୍ଧ ତୁମ ପ୍ରୀତି କବି ଗାଏ ଗୀତି 

ମହକେ ଏ ମାଟି ସାହିତ୍ୟ ପରଶ 

ନିଶିଗନ୍ଧା, ସାହିତ୍ୟ ରଜନୀଗନ୍ଧା 

ଜୀବନ ଶୈଳୀର ପରିପ୍ରକାଶ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational