STORYMIRROR

pratap nayak

Romance

2  

pratap nayak

Romance

ନିଶ୍ଚୟ

ନିଶ୍ଚୟ

1 min
10.2K


ପ୍ରତାପ ନାୟକ

୭୦୦୮୦୫୪୨୮୨


ତୁମକୁ ଆସିବାକୁ ହେବ!

ସେହି ଗହଳ ବଣ ଡେଇଁ

ଚିକମିକ୍ ରାସ୍ତାକୁ......

ହୁମ୍ପାମାରି ପାର୍ କରିବାକୁ ହେବ ଘୋର ଅନ୍ଧକାର.....

ମିଞ୍ଜି ମିଞ୍ଜି ତାରା ଆଲୋକରେ....

ସେଇଠି ଗାଧୋଉ ଥିବ ନୀଳ ଜଳରାଶି

ଚୁମା ପରେ ଚୁମା ଦେଇ ଚାଲିଥିବ

ସକେଇ କାନ୍ଦୁଥିବ ଆକଟ ବିଶ୍ୱାସ .....

ପ୍ରତିଦାନର ପ୍ରତିଫଳ ଏହିପରି.....

ତେଣୁ ତତେ ଆସିବାକୁ ହେବ.....

ମନଟା ମୋର କରିବନି ଅବଶୋଷ

ଲେଉଟିବାର ଦୃଢ ସଂକଳ୍ପ ନେଇ

ଦୁର୍ବାର ସ୍ୱପ୍ନ ସାଙ୍ଗେ ଲୁଚକାଳି ଖେଳି

ତାଳଦେଇ ହରିଣିର ଆଖି

ଘୁରିବୁଲୁଥିବ ସାଗୁଆ ଘାସରେ

ତେଣୁ ......

ନିଶ୍ଚୟ ତତେ ଆସିବାକୁ ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance