STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ନିର୍ଣ୍ଣୟ

ନିର୍ଣ୍ଣୟ

1 min
240

ଜୀବନର ଧାରା ଦିଏନାହିଁ ଧରା କେତେବେଳେ କଣ ହୁଏ

ଅଜାଣତେ କିଛି କିଛି ଘଟିଥାଏ କିଛି ଜାଣି କରାହୁଏ।

ନିଷ୍ପତ୍ତିର ବେଳ ସବଳ ଦୁର୍ବଳ କହି ନହୁଅଇ ଆଗୁ

ହୁଏ ସେତେବେଳେ, ଯେତେବେଳେ ଇଚ୍ଛା ମନର ଭିତରେ ଜାଗୁ।


କେବେ ଫୁଲଝର କେବେ ଖଣ୍ଡାଧାର ପଥ ଦିଏ ବଦଳାଇ

କେଉଁଠାର ଇଚ୍ଛା କେଉଁଠାକୁ ନିଏ ଆଗରୁ କହି ନ ହୁଏ।

କେଉଁ ଏକ କ୍ଷଣ ଗୋଟାଏ ନିଷ୍ପତ୍ତି ଏହିପରି ମୋଡ ନିଏ

ଅତି ଆଶ୍ଚର୍ଯ୍ୟରେ ଭାଗ୍ଯର ପ୍ରାପ୍ତିକୁ ଆମ ପାଖେ ପହଞ୍ଚାଏ।


ଦୃଢ ନିର୍ଣ୍ଣୟର ସାଥେ ଯେବେ ମିଶେ କର୍ମ ଆଉ ଭାଗ୍ୟ ଫଳ

ଆଜି ମୁଁ ଯାହା ବି ଯେ ଭାବରେ ଅଛି ଏହା ତାର କର୍ମଫଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract