Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Jena

Inspirational Others

4.5  

Pranati Jena

Inspirational Others

ନିରବିତ ପଥଧାରେ

ନିରବିତ ପଥଧାରେ

1 min
462



ଜୀବନ ବେଳାରେ ସମ୍ପର୍କ ଶିଳାରେ

     ଆକର୍ଷଣ ପ୍ରତିକ୍ଷଣ,

ଚିର ମଧୁକ୍ଷରା ନିବିଡ଼ତା ଭରା

   ଶ୍ରଦ୍ଧାଭିଜା ଏଇ ମନ ।


ହୃଦୟ ଭାବନା ହୃଦୟ କୁ ଛୁଇଁ

  ଆସିଯାଏ ଭାବଧାରେ,

ନିର୍ମଳ ମନର ଆବେଗ ପରଷି

   ଲେଖନୀର ମର୍ମତୀରେ ।


ନିଜେ ବିଶ୍ୱାସ ର ମାପକାଠି ହୋଇ

    ମମତା ହୃଦୟେ ଆଣି,

 ଦି ଦିନ ଜୀବନ ଅମୃତ ବରଷି

    ସ୍ବପ୍ନ, ସ୍ମୃତି ର କାହାଣୀ ।


ସବୁଜିମା ଭରା ଅସୁମାରୀ ଆଶା

   ଶୂନ୍ୟତା ରୁ ପୂର୍ଣ୍ଣତାରେ,

ନିର୍ମଳ ଚେତନା ଅନ୍ତର ବାସନା

    ଭ୍ରମିତ ନୁହେଁ ସଂସାରେ ।


ନିବିଡ଼ ପ୍ରତ୍ୟୟ ଅଦୃଶ୍ୟ ଇଂଗିତ

   ଅଭିଷ୍ଟ ପଥର ଯାତ୍ରୀ,

ଶାଶ୍ୱତ ଭାବନା ଭରି ଦିଏ ବାସ୍ନା

    ଅନୁରାଗ ଭିଜା ଗୀତି ।


Rate this content
Log in

Similar oriya poem from Inspirational