STORYMIRROR

Jharana Rout

Tragedy

3  

Jharana Rout

Tragedy

ନିରାଟ ସତ୍ୟ......

ନିରାଟ ସତ୍ୟ......

1 min
253

ନିରାଟ ସତ୍ୟ..

ଜନ୍ମ୍ ହେଲେ ମୃତ୍ୟୁ ସୁନିଶ୍ଚିତ

  ନିରାଟ ସତ୍ୟ ଅଟଇ

ପ୍ରଭୁଙ୍କ ବିନା ଏ ଜୀବନ୍ ଶୂନ୍ୟ 

  ତାଙ୍କ ନାମ କୁ ସ୍ମରଣ କର. 

ସ୍ଵଳ୍ପ ଜୀବନରେ ପ୍ରେମ ଭରି ଦିଅ 

   ମଧୁର ମୂର୍ଚ୍ଛନା ଗାଇ. 

ସ୍ନେହ ପ୍ରେମ ପ୍ରୀତି ଶ୍ରଦ୍ଧାର କୁସୁମ 

  ହୃଦୟରେ ବୃକ୍ଷ ହୋଇ. 


ଧନ ଦୌଲତ ସବୁ ରହିଯିବ 

  ଏହି ମର୍ତ୍ତ୍ୟ ମଣ୍ଡଳରେ 

ଧର୍ମ କରିଥିଲେ ଏକା ସାକ୍ଷୀ ସିଏ 

ଉଦ୍ଧାର ପାଇବ ଏହି ଭବ ଭୂମି ତଳେ


ନିଜ ଆତ୍ମୀୟ ସ୍ଵଜନେ ଦୁରେଇ

  ଯିବେ ଅଛୁଆଁ ଅଛୁଆଁ କହି 

ଦି ଘଡି କାନ୍ଦିବେ କୋକେଇ ସଜାଡି 

    ମଶାଣି କୁ ନେଇଯିବେ ବୋହି. 


ଚିତା ଜଳିଯିବ ନାଁ ଲିଭିଯିବ 

  ସବୁ କରିଦେବେ ପର 

ଚିତା ଲିଭିଯିବ କ୍ରିୟା ସରିଯିବ 

   ନିଜ ବାଟେ ନିଜେ ରହି. 


ଆସିଛେ ଏକା ଯିବା ବି ଏକା 

  କେହି ନୂଁହେ ଏଠି କାହାର 

ଭଗବାନ ପାଖେ ଶରଣ ନିଅ 

  ସାହା ହେବେ କଳାଠାକୁର. 


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy