STORYMIRROR

Chittaranjan Lenka

Inspirational

2  

Chittaranjan Lenka

Inspirational

ନିନ୍ଦା ଓ ପ୍ରଶଂସା

ନିନ୍ଦା ଓ ପ୍ରଶଂସା

1 min
13.3K


ଏ ବିଶ୍ୱ ବ୍ରହ୍ମାଣ୍ଡେ             ସବୁ ଶକ୍ତି ଠାରୁ

ତପ ଶକ୍ତି ଶ୍ରେୟସ୍କର

ସେ ଶକ୍ତି ନିକଟେ           ଦେବତା ବି ନତ

ଯେମିତି ମହିଷାସୁର


ତପରେ ସଫଳ       ହୋଇ ପାର ତୁମେ

ମନକୁ କରିଲେ ସ୍ଥିର

ମନଟା ଅଟଇ             ଭାରି ଚଗଲିଆ

ପାରିଲେ ଆୟତ୍ତ କର


କଳେ ବଳେ ଅବା         କଉଶଳେ ତାକୁ

ପାରିଲେ ଆୟତ୍ତ କରି

ଯେତେ ବଡ ଲକ୍ଷ୍ୟ      ହୋଇଥାଉ ପଛେ

ସଫଳ ନିଶ୍ଚେ ତୁମରି


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in

Similar oriya poem from Inspirational