STORYMIRROR

DILIP KUMAR SAHOO

Classics

3  

DILIP KUMAR SAHOO

Classics

ନିଜର ତୁ ଭାରି ନିଜର

ନିଜର ତୁ ଭାରି ନିଜର

1 min
180

ହାୟ କହିଲେ ତୁ ଶୁଣୁ

ହଇରେ କହିଲେ ଶୁଣୁ

ଗାଳିଦେଲେ ତୋତେ କୋଳେଇ ନେଉ ତୁ

ସବୁ ମନକଥା ଜାଣୁ 

ଭକତ ତୋହର ସଖା ସହୋଦର

ଭକତକୁ ବନ୍ଧୁ ମଣୁ

ସବୁ ମନକଥା ଜାଣୁ ...।


ନିଜର ବୋଲିତୁ ରଖୁତୁ ନଜର

ଭକତର ସୁଖେ ଦୁଃଖେ

ଏନ୍ତୁଡିଶାଳରୁ ମଶାଣି ଯାଏରେ

ରହିଥାଉ ପାଖେପାଖେ

ଭକତ ଜାଚିଲେ ନଡ଼ିଆ ତୋତେରେ

ଶ୍ରୀଭୁଜ ବଢାଇ ଆଣୁ 

ସବୁ ମନକଥା ଜାଣୁ .. ।


ଭକତର ଦୁଃଖ ଭକତର ଭୋକ

ସହଜେ ପାରୁତୁ ବୁଝି

ପତିତ ଜନଙ୍କୁ ଦେବାକୁ ଦର୍ଶନ

ଆସୁ ତୁ ଦେଉଳ ତେଜି

ସାରା ଜୀବନର ଶାନ୍ତି ମିଳିଥାଏ

ରଥକୁ ତୋ ଟାଣୁଟାଣୁ 

ସବୁ ମନକଥା ଜାଣୁ ...।


 ଗଲାବର୍ଷ ପରି ଏବରଷ ପୁଣି

 ବିନାଭକ୍ତେ ରଥଯାତ

 କହରେ କାଳିଆ ଏ ମହାମାରୀର

 କେବେତ ହୋଇବ ଅନ୍ତ?

 ଧରା ହେବ ଶାନ୍ତ ହସିବ ଜଗତ

 ଶୁଣି ତୋ ମୋହନ ବେଣୁ

 ସବୁ ମନକଥା ଜାଣୁ .... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics