ନିଜେତ ନିଜକୁ ଭିଜାଇଲ
ନିଜେତ ନିଜକୁ ଭିଜାଇଲ
ନିଜେତ ନିଜକୁ ତୁମେ ଭିଜାଇଲ
ତୁମ ଭକତଙ୍କୁ ତୁମେ କନ୍ଦାଇଲ
ନିଳଚକ୍ର ତୁମ ହୋଇଗଲା ଶୂନ୍ୟ
ଝଡତୋଫାନରେ ପତିତପାବନ
ବାନାକୁ ଚକ୍ରରୁ ଛିଣ୍ଡାଇଲ
କୁହ କାହିଁକି ଏମିତି କଲ?
ଓଠୁ ଆମ ହସ ପୋଛିନେଲ ....
ଛପର ଉଡିଲା କାନ୍ଥ ପଡିଗଲା
ଚାଷ ଉଜୁଡିଲା ବେପାର ବୁଡିଲା
ମିଳିଲାନି ପାଣି ଟୋପାଏ ତୋରାଣି
ତତଲା ଲୁହରେ ଭସାଇଲ
ପୁଣି ତତଲା ବାଲିରେ ବସାଇଲ
କୁହ କାହିଁକି ଏମିତି କଲ?
ଓଠୁ ଆମ ହସ ପୋଛି ନେଲ ..
ଧନୀ ବି କାନ୍ଦିଲା ଗରିବ କାନ୍ଦିଲା
ଅଭିମାନ କରି ତୁମକୁ ନିନ୍ଦିଲା
ତୁମ ପରି ପ୍ରଭୁ ଥାଉଥାଉ ତୁମେ
ଭକତ ଅଣ୍ଟାକୁ ଭାଙ୍ଗିଦେଲ
ପ୍ରଭୁ ସଳଖିବା ପାଇଁ ଦିଅ ବଳ
ନଲେ ଥରହର ହେବ ଜଳସ୍ଥଳ
ସଳଖିବା ପାଇଁ ଦିଅ ବଳ ....
