STORYMIRROR

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

ନିଜେତ ନିଜକୁ ଭିଜାଇଲ

ନିଜେତ ନିଜକୁ ଭିଜାଇଲ

1 min
249


   ନିଜେତ ନିଜକୁ ତୁମେ ଭିଜାଇଲ

  ତୁମ ଭକତଙ୍କୁ ତୁମେ କନ୍ଦାଇଲ

 ନିଳଚକ୍ର ତୁମ ହୋଇଗଲା ଶୂନ୍ୟ

  ଝଡତୋଫାନରେ ପତିତପାବନ

    ବାନାକୁ ଚକ୍ରରୁ ଛିଣ୍ଡାଇଲ

    କୁହ କାହିଁକି ଏମିତି କଲ?

    ଓଠୁ ଆମ ହସ ପୋଛିନେଲ ....


  ଛପର ଉଡିଲା କାନ୍ଥ ପଡିଗଲା

  ଚାଷ ଉଜୁଡିଲା ବେପାର ବୁଡିଲା

 ମିଳିଲାନି ପାଣି ଟୋପାଏ ତୋରାଣି

   ତତଲା ଲୁହରେ ଭସାଇଲ

  ପୁଣି ତତଲା ବାଲିରେ ବସାଇଲ 

 କୁହ କାହିଁକି ଏମିତି କଲ?

    ଓଠୁ ଆମ ହସ ପୋଛି ନେଲ ..


  ଧନୀ ବି କାନ୍ଦିଲା ଗରିବ କାନ୍ଦିଲା

  ଅଭିମାନ କରି ତୁମକୁ ନିନ୍ଦିଲା

  ତୁମ ପରି ପ୍ରଭୁ ଥାଉଥାଉ ତୁମେ

   ଭକତ ଅଣ୍ଟାକୁ ଭାଙ୍ଗିଦେଲ

   ପ୍ରଭୁ ସଳଖିବା ପାଇଁ ଦିଅ ବଳ

   ନଲେ ଥରହର ହେବ ଜଳସ୍ଥଳ

    ସଳଖିବା ପାଇଁ ଦିଅ ବଳ ....


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy