ନିଜ ସହ ସାମ୍ନା
ନିଜ ସହ ସାମ୍ନା
ଆଜି ମୁଁ ନିଜେ ହିଁ ନିଜର
ବିଦ୍ରୋହୀ ହୋଇ ଛିଡା ହୋଇଛି
ଲଢ଼ିବାକୁ ନାଁ ମୋ ସାମ୍ନାରେ
ଅଛି କୋଉ ପ୍ରତିପକ୍ଷ
ନାଁ ଅଛି ରଣକ୍ଷେତ୍ର
ମାନସମନ୍ଥନରେ ହିଁ ମୋ ଯୁଦ୍ଧ,
ମୋ ମନ ସହିତ ମନର,
ମୋ ଚିନ୍ତା ସହିତ ଚିନ୍ତାର,
ମୋର ପ୍ରତିଟି ପଦକ୍ଷେପକୁ
ଶତଧିକ୍ ‐କାର କରୁଥିବା
ନିଜେ ହିଁ ନିଜର ବିରାଟବଡ ଶତ୍ରୁଟିଏ ହୋଇ
ଛିଡାହୋଇଛି ଆଜି ମୁଁ
ଜୀବନର ରଣକ୍ଷେତ୍ରେ
ନିଜେ ହିଁ ନିଜର ପ୍ରତିପକ୍ଷ ହୋଇ
ନିଜକୁ ହିଁ ଆଜି କରୁଛି କ୍ଷତାକ୍ତ
ନିଜେ ହିଁ ହାଣୁଛି ନିଜର ଅଙ୍ଗ ପ୍ରତ୍ୟଙ୍ଗ
ନିଜ ହସ୍ତ ତରବାରୀ ଆଜି
ନିଜଠୁ ହିଁ ଝରାଏ ରକତ ।
