STORYMIRROR

Bikesh Sahu

Inspirational Others

3  

Bikesh Sahu

Inspirational Others

ନିଜ ସହ ସାମ୍ନା

ନିଜ ସହ ସାମ୍ନା

1 min
266

ଆଜି ମୁଁ ନିଜେ ହିଁ ନିଜର

ବିଦ୍ରୋହୀ ହୋଇ ଛିଡା ହୋଇଛି 

ଲଢ଼ିବାକୁ ନାଁ ମୋ ସାମ୍ନାରେ

ଅଛି କୋଉ ପ୍ରତିପକ୍ଷ

ନାଁ ଅଛି ରଣକ୍ଷେତ୍ର


ମାନସମନ୍ଥନରେ ହିଁ ମୋ ଯୁଦ୍ଧ, 

ମୋ ମନ ସହିତ ମନର, 

ମୋ ଚିନ୍ତା ସହିତ ଚିନ୍ତାର, 


ମୋର ପ୍ରତିଟି ପଦକ୍ଷେପକୁ 

ଶତଧିକ୍ ‐କାର କରୁଥିବା 

ନିଜେ ହିଁ ନିଜର ବିରାଟବଡ ଶତ୍ରୁଟିଏ ହୋଇ 

ଛିଡାହୋଇଛି ଆଜି ମୁଁ 

ଜୀବନର ରଣକ୍ଷେତ୍ରେ

ନିଜେ ହିଁ ନିଜର ପ୍ରତିପକ୍ଷ ହୋଇ 

ନିଜକୁ ହିଁ ଆଜି କରୁଛି କ୍ଷତାକ୍ତ


ନିଜେ ହିଁ ହାଣୁଛି ନିଜର ଅଙ୍ଗ ପ୍ରତ୍ୟଙ୍ଗ


ନିଜ ହସ୍ତ ତରବାରୀ ଆଜି

ନିଜଠୁ ହିଁ ଝରାଏ ରକତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational