STORYMIRROR

Sanjaya Ananda Kumar Tripathy

Inspirational

3  

Sanjaya Ananda Kumar Tripathy

Inspirational

ନୀରର ଠିକଣା

ନୀରର ଠିକଣା

1 min
81

ନଦୀ, ଆଖି ଓ ସାଗର

ସବୁଠାରେ ଭରିଥାଏ ନୀର,

ଫରକଟା ଖାଲି ଥାଏ

କେଉଁଠି କେତେ ଗଭୀର ।

ନଦୀ ନୀରର ଶେଷ ଠିକଣା

ଅଟଇ ସାଗର,

ମିଶିଗଲେ ମନ ଶାନ୍ତି

ହୁଅଇ ତାହାର ।

ଆଖି ନୀର ସରେ ନାହିଁ

ଥିବା ଯାଏ ଏ ଜୀବନ,

ଇଛା ହେଲେ ବହିଯାଏ

କରିବାକୁ ଦୁଃଖର ହରଣ ।

ସୀମାହୀନ ସାଗରରେ ହଜିଯାଏ

ସବୁ ନଦୀର ଠିକଣା,

ଆଖି ନୀର ସଚେତନ କରେ

ଭୋଗିଥିବା ଅବ୍ୟକ୍ତ ଯନ୍ତ୍ରଣା ।

ଆଖି ନୀର ଗଭୀରତା

କେ କହି ପାରିବ ?

ସାଗର ବି ତା ଠାରୁ

ହାର ମାନି ଯିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational