ନୀରବ ପ୍ରଶ୍ନ
ନୀରବ ପ୍ରଶ୍ନ
ହୃଦୟ ଟିକୁ ମୋ ଭାଙ୍ଗିଦେଲ ପ୍ରିୟା
ଶବଦ ହେଲାନି ଜମା
ଏମିତି ଏ କ୍ଷତ ଦେଲ ହୃଦୟରେ
ଯେତେ ଚେଷ୍ଟାକଲେ
ଦରଜ ଯାଉନି ଜମା ।
ଭିଜା ଆଖିପତା
ଏବେବି ମୋ ଓଦା
ନୀରବେ ପଚାରେ ତୁମକୁ ପ୍ରଶ୍ନ
କେଉଁ ଭୁଲ୍ ପାଇଁ ମୋତେ ଦେଇ ଧୋକା
ବନାଇଲ ଆଉ ନୂଆ ପ୍ରେମିକ !
ଭରି ଦେଇଥିଲ ଆଖିରେ ସପନ
ଦେଇଗଲ ପୁଣି ଲୁହ
ଭୁଲିଗଲ ଆମ ପବିତ୍ର ପ୍ରେମକୁ
ଭରସାକୁ ମୋର ଧୁଏ
ନିତି ଆଖି ଲୁହ
କାହିଁକି ଥରେ ତ କୁହ !
ଭୁଲିଗଲ ତୁମେ ସେହି ଜହ୍ନ ରାତି
ଭୁଲିଗଲ ଆମ ପ୍ରେମ
ଭୁଲିଗଲ ମୋର ପହିଲି ପରଶ
ଦିନେ ତୁମ ହୃୟୟରେ
ଭରି ଦେଇଥିଲା କମ୍ପନ !
ମିଛ ତୁମ ପ୍ରେମ
ମିଛ ଆମ ସ୍ୱପ୍ନ
ମିଛ ଅଟେ ସେହି ଶପଥର ଦୀପଶିଖା
ହେଲେ ମିଛ ନୁହେଁ
ମୋ ପ୍ରେମ ପ୍ରିୟା
ଏବେବି କରିଛି ତୁମକୁ ପ୍ରତୀକ୍ଷା ।
ନୀରବ ଲୁହ ମୋ ପଚାରେ ତୁମକୁ
ମୋ ସହ ତୁମେ
ଛଳନା କାହିଁକି କରିଲ ପ୍ରିୟା
କେଉଁ ଭୁଲ୍ ପାଇଁ ପ୍ରତିଶ୍ରୁତି ତୁମ
ପ୍ରତାରଣା ହେଲା
ଜାଳିଦେଲ ମୋର ହୃଦୟେ ନିଆଁ ।
