Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4.7  

DILIP KUMAR SAHOO

Classics

ନୀରବ ଝଡ

ନୀରବ ଝଡ

1 min
215



ଇତିହାସ ଏବେ ଖୋଜୁଖେଜୁ ମୋର

ପୃଷ୍ଠା ସବୁ ହସୁଛନ୍ତି

ହିସାବ ଖାତାରେ ଅଛିଣ୍ଡା ଅଙ୍କମୋ

କୋହ ସବୁ ମାପୁଛନ୍ତି ।

ବୟସ କରୁଛି ବାଦମୋତେ ଏବେ

ନୀରବତା ଅବସାଦ

ମାନ ଅଭିମାନ ନୀରବ ଝଡରେ

ଆଖିରୁ ହଜୁଛି ନିଦ ।

ଝଡ ବହେ ପୁଣି ଝଡ ଛାଡିଯାଏ

କ୍ଷଣିକ ଯାତନା ଦେଇ

ନୀରବ ଝଡର ବେଗରେ ଲଗାମ

ସମୟ ହାତରେ ନାହିଁ ।

ମନ କମ୍ପେନାହିଁ ହୃଦୟେ କମ୍ପନ

ନିଶବ୍ଦ ନୀରବ ଝଡେ

ବହଳ ରାତିରେ ଅନ୍ଧାର ଛାତିରେ

ନିଶ୍ବାସ ର ବେଗ ବଢେ ।

ଖାଲଖମା ଭରା ଜୀବନ ରାସ୍ତାର

ଠିକଣା ସରିବାଯାଏ

ମନର ଝଡ ଏ ନୀରବ ଝଡ ତ

ସାଥୀ ହୋଇ ବହୁଥାଏ ।

ସହଜରେ ଯିଏ ସହି ଯାଏ ସିଏ

ଜିତିପାରେ ସମୟକୁ

ଲାଭକ୍ଷତିକୁ ସେ ହିସାବ ନକରି

ଭଲପାଏ ଜୀବନକୁ ।


Rate this content
Log in

Similar oriya poem from Classics