STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ନୀରବ ଅଭିଯାନ

ନୀରବ ଅଭିଯାନ

1 min
180


ତୁମ ଜାଣତରେ 


ମୁଁ ଯେ ବିରାମ ବା ଅବିରାମ ଚିହ୍ନ, 


ସେ କଥା ମୁଁ ଜାଣି ପାରୁନି, 


ମୋ ଜାଣତରେ 


ତୁମେ ମୋ ପହଂଚ ଅବା ଅପହଞ୍ଚ, 


ଏ ଯାଏ ମୁଁ କହି ପାରୁନି!


ହେଲେ ବି ସେଇ ଅବିରତ ପଣେ 


ମୋର ଜିତିବାର ଲକ୍ଷ୍ୟ, 


ଅବା ଲକ୍ଷ୍ୟଭ୍ରଷ୍ଟ,କକ୍ଷଚ୍ୟୁତ ପଥ


କେବେ ବି ଓହରି ଯାଉନି!


ମୋ ପାଇଁ ତୁମେ ଯେ ଅବିଚ୍ଛେଦ୍ୟ 


ଅଙ୍ଗ,ସେ ନୀରବ ଭୂଖଣ୍ଡ, 


ସେ ଅନିର୍ବାଣ ଇଚ୍ଛାରେ ମୁଁ କେବେ 


ଅନିର୍ବଚନୀୟ ପ୍ରଶ୍ନ ଚିହ୍ନ


ମୋ ମନରେ କେବେ ଟାଣୁନି, 


ତୁମ କଳ୍ପନାର କଲମ୍ବସ ମୁଁ, ତୁମ 


ଆବିଷ୍କାରେ ଆଶାର କୁସୁମ, 


ବୃନ୍ତ ଚ୍ୟୁତ ହୋଇ ପାରୁନି!


କିନ୍ତୁ, ମୋ ଭିତରେ ଥିବା ଦୁର୍ବାର 


ଆକାଂକ୍ଷା, ଅବିରାମ ସତ୍ତା 


ମୋ ଅନ୍ତରାତ୍ମାରେ ଯେ ବଳବତ୍ତ


ନିରବ ଅପେକ୍ଷା ରଖିଛି!


ମୁଁ ସେଇ ଭାସ୍କୋଡାଗାମା, 


ତୁମ ସେ ପହଂଚ, ଅଦମ୍ୟ ସାହସ 


ଇଚ୍ଛା ଏବେ ବି ଜୀବିତ, 


ଉଦ୍ଜୀବିତ,ଅନାହତ,ଚିର ଜର୍ଜରିତ, 


ଅନୁପ୍ରାଣିତ ହୋଇ ରହିଛି, 


ତୁମ ପାଇଁ ଯଦି ଲଙ୍ଘିବାକୁ ପଡେ 


ସାତ ନଈ ତେର ସମୁଦ୍ର, 


ତଥାପି ସ୍ଥିର ନିଶ୍ଚିତ ଓ ଅପରିବର୍ତ୍ତିତ 


ସିଂଧୁ ସାଗର ମୁଁ ଲଙ୍ଘିବି!


ଲିସବନରୁ ଜାଂଜିବର ଦ୍ବୀପ ପୁଞ୍ଜ, 


ପୁଣି ଉତ୍ତମାସା ଅନ୍ତରୀପ, 


ସେ ପହଂଚରେ ଯେ ବିଜୟ ନିଶ୍ଚିତ


ନୀରବ ଅଭିଯାନେ ଯିତିବି, 


ଇତିହାସ ଦିନେ ମୂକ ସାକ୍ଷୀ ହେବ, 


କାଲିକଟ ଦ୍ବୀପ, ପାରିଜାତ ଗଡ଼, 


ଅବିଳମ୍ବେ ନିଶ୍ଚୟ ଛୁଇଁବି!


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance