ନୀଳାଚଳେ ନୀଳଚକ୍ରନିଳାଦ୍ରୀବିହାରୀ
ନୀଳାଚଳେ ନୀଳଚକ୍ରନିଳାଦ୍ରୀବିହାରୀ
ନୀଳ-ସାଗର ତୀରରେ ନୀଳଗିରି
ନୀଳାଚଳ ପର୍ବତରେ
ନିଳାଦ୍ରୀ ନାଥଙ୍କ ମନ୍ଦିର ସ୍ଥାପିତ
ନୀଳ ପର୍ବତ ଶୀର୍ଷରେ
ସେ ନୀଳ ପର୍ବତର ଶଙ୍ଖ ମଧ୍ୟରେ
ଶତଦଳ ପଦ୍ମ ଯୁକ୍ତ
ସୁଶୋଭିତ ରତନ ସିଂହାସନରେ
ଦାରୁବ୍ରହ୍ମ ବିରାଜିତ
ନୀଳ ପର୍ବତେ ଶୀର୍ଷରେ ନୀଳମାଧବ
କଳାର ମହାନାୟକ
ଜଗତର ହିତ ସାଧନ ନିମନ୍ତେ
ଜଗନ୍ନାଥ ନାମ ଧାରକ
ଶ୍ରୀମନ୍ଦିର ଶୀର୍ଷ ଦେଶେ ନୀଳଚକ୍ର
ନୀଳଚକ୍ରେ ଉଡେ ନେତ
ପତିତ ପାବନ ବୋଲି ଅଛି ଖ୍ୟାତ
ଭକ୍ତ-ଗଣ ଙ୍କୁ ବିଦିତ
ବ୍ରହ୍ମ ଅନନ୍ତ ଅକ୍ଷୟ ଅଣାକାର
ପୁଣି ଅବ୍ୟୟ ଆକାର
ଲୟ ବିଲୟ ବିକାଶ ପ୍ରକାଶ ର
ପ୍ରବେଶ ଓ ପ୍ରସ୍ଥାନ ର
ପ୍ରଭୁ ନିଳାଦ୍ରୀ ବିହାରୀ ଜଗନ୍ନାଥ
ଦାରୁ ରୂପରେ କଳିରେ
ଭାଇ ଭଉଣୀ ସହିତ ବିରାଜିତ
ରତନ ସିଂହାସନରେ
ବିହ୍ଵଳିତ ଭକ୍ତ ଦେଖି ସେଇ ରୂପ
ରାଧାଙ୍କ ଆଲିଙ୍ଗନରେ
ଭକତ ଦୃଷ୍ଟିରେ ରାଧାକୃଷ୍ଣ ଛବି
ଜଗନ୍ନାଥଙ୍କ ରୂପରେ
ଭକ୍ତି ଭାବ ଥାଇ କଲେ ନିବେଦନ
ପାପ ତାପ ରୁ ମୁକତି
ପତିତ ପାବନ ଅଗତିର ଗତି
ଭକ୍ତି ବଳେ ସର୍ବ ପ୍ରାପ୍ତି ।
ନୀଳମାଧବ ପୁଣି ସ୍ଵୟଂ ଜଗନ୍ନାଥ
ଅନାଥ ଜନଙ୍କ ନାଥ
ଭକ୍ତ ହୃଦ ର ଚନ୍ଦନ ଜଗବନ୍ଧୁ
ଭକତ ଜନଙ୍କ ବନ୍ଧୁ
ଚକା ଚକା ଚକାଆଖି ଚକାଡୋଳା
କଳୁଷ ବୋହିଣ କଳା
ଭକତ ଭାବରେ ବନ୍ଧା ଭାବଗ୍ରାହୀ
ଭକ୍ତି ଭାବ ଅଛି ଚାହିଁ
କାଳିଆ ସାଆନ୍ତ ପୁଣି ଲକ୍ଷ୍ମୀକାନ୍ତ
ତୁମେ ହିଁ ଆଦି ଓ ଅନ୍ତ
ଅନ୍ତର ବାରତା ଜାଣେ ଅନ୍ତର୍ଯ୍ୟାମୀ
ପିଣ୍ଡ ବ୍ରହ୍ମାଣ୍ଡର ସ୍ବାମୀ
ଯଶୋଦା ର ଧନ ଦେବକୀ ନନ୍ଦନ
ରାଧା ହୃଦର ସ୍ପନ୍ଦନ
ଶ୍ରୀକ୍ଷେତ୍ର କଳା ସାଆନ୍ତ ଲକ୍ଷ୍ମୀ କାନ୍ତ
ତୁମେ ସତ୍ୟ ତୁମେ ପଥ
ନୀଳାଚଳେ କାଳିଆ ଶ୍ରୀଜଗନ୍ନାଥ
ପ୍ରାଣୀଙ୍କର ପ୍ରାଣନାଥ
କିଏ କହେ ଜଗତର ତୁମେ ନାଥ
ପୁଣି ଅନାଥର ନାଥ
କିଏ କହେ ତୁମେ ହିଁ ମୁକ୍ତି ର ପଥ
କିଏ କହେ ତୁମେ ସତ୍ୟ ।।
ଏ ସଂସାର ମୋହ ମାୟାରେ ଜଡ଼ିତ
ଭୁଲି ଯାଏ ମୁକ୍ତି ପଥ
ତୁମ ନାମ ହୃଦୟେ ହେଉ ଜାଗ୍ରତ
ସବୁ ମାୟା ତୁମେ ସତ୍ୟ
ଜୀବନ ଯନ୍ତ୍ରଣାରେ ମନ ଚିନ୍ତିତ
ବ୍ରହ୍ମ ଜ୍ଞାନ ଅବିଦିତ
ତନ ମନ ପାପ ରେ ହୁଏ ପତିତ
କୁକର୍ମେ ରହି ଜଡ଼ିତ
ପୁରାଣ ଶାସ୍ତ୍ରରେ ବୁଝି ନାହିଁ କିଛି
ତୁମେ ହିଁ ମୁକ୍ତି ବୁଝିଛି
କଳି ଯୁଗେ କାଳିଆ ଠାକୁର ସାଆନ୍ତ
କାଳିଆ ସର୍ବ ବିଦିତ
କାଳିଆ ସାଆନ୍ତ ପାଦରେ ଶରଣେ
ମନ ରହୁ ପ୍ରତି କ୍ଷଣେ
ଏହି ଅଳି ଭକ୍ତି ଭରେ ନିବେଦନ
ଶ୍ରୀଚରଣେ ଦିଅ ସ୍ଥାନ ।।
