STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ନୀଳ ନଭ ତଳେ ନୀଳଶୈଳ

ନୀଳ ନଭ ତଳେ ନୀଳଶୈଳ

1 min
272


ନୀଳ ନଭ ତଳେ ଦେଖ ନୀଳଶୈଳ 

ନୀଳ-ସାଗର ତୀରରେ 

ନିଳାଦ୍ରୀ ନାଥଙ୍କ ମନ୍ଦିର ସ୍ଥାପିତ

ନୀଳ ପର୍ବତ ଶୀର୍ଷରେ

ସେ' ନୀଳ ପର୍ବତ ଶଙ୍ଖ ମଧ୍ୟେ ସ୍ଥିତ 

ଶତଦଳ ପଦ୍ମ ଯୁକ୍ତ

ନୀଳାଦ୍ରି ଗୋସାଇଁ ରତ୍ନ ସିଂହାସନେ

ହୋଇଛନ୍ତି ବିରାଜିତ


ନୀଳାଦ୍ରି ଗୋସାଇଁ ସ୍ଵୟଂ ନୀଳ ପ୍ରିୟ

ନୀଳ ରଙ୍ଗ ମିଶି ଖେଳ 

ନୀଳାଚଳ,ନୀଳଗିରି,ନୀଳଶୈଳ

ନୀଳମାଧବ ହିଁ ନୀଳ

ନୀଳ ସୁନ୍ଦର, ନୀଳ କନ୍ଦର ସହ

ମହୋଦଧି ନୀଳ ସିନ୍ଧୁ

ନୀଳଚକ୍ର ଅନନ୍ତତ୍ଵ ର ପ୍ରତୀକ

ନୀଳଚକ୍ର ଭକ୍ତବନ୍ଧୁ


ପ୍ରଭୁ ଦୀନବନ୍ଧୁ ନୀଳାଦ୍ରି ଗୋସାଇଁ

ବନ୍ଧୁ-ପ୍ରିୟ ବ୍ରଜବନ୍ଧୁ

କୃପାସିନ୍ଧୁ ଭକ୍ତବନ୍ଧୁ ଲକ୍ଷ୍ମୀ-ସାଇଁ

ଯୋଗୀ ଜନଙ୍କର ବନ୍ଧୁ

ରାଧା ହୃଦ-ବନ୍ଧୁ ଗୋପୀ-ଜନ ବନ୍ଧୁ

ବନ୍ଧୁ ମେଳେ ଖେଳ ଖେଳି

ହୃଦୟର ବନ୍ଧୁ ଭାବ ରାଧା ସହ

ବନ୍ଧୁ ମେଳେ କଲ କେଳି

ବନ୍ଧୁର ଭାବନା ସହ ଗୋପାଙ୍ଗନା

ରଖିଥିଲେ ପ୍ରେମ ଭାବ

ବନ୍ଧୁ ଭାବେ ରାଧା ବାହୁ ବନ୍ଧନରେ

କେତେ ଖୋଲା ଖୋଲି ଭାବ

ବନ୍ଧୁ ଭାବ ରଖି ଉଦ୍ଧରିଲ ସାଇଁ

ସୁଦାମା ଗରିବୀ ପଣ

ବନ୍ଧୁ ଭାବେ ସ୍ଵୟଂ ସାରଥୀ ରୂପରେ

ବ୍ୟକ୍ତ କଲ ଦିବ୍ୟ ଜ୍ଞାନ

ବନ୍ଧୁ ହେବା ପାଇଁ ଦିନ ରାତି ମୀରା

ପାଗଳୀ ପ୍ରାୟ ହୋଇଛି

ସବୁ କିଛି କୃଷ୍ଣମୟ ଦେଖା ଗଲା

ମୀରା କେବଳ ଜାଣିଛି


ସବୁ ତ ତୁମରି ଭିଆଣ ଗୋସାଇଁ 

ଅନ୍ତର୍ଯ୍ୟାମୀ ପରଂବ୍ରହ୍ମ

ଶ୍ରୀମନ୍ଦିରେ ଅଛ ରତ୍ନ ସିଂହାସନେ

କଳା-ମୁଖ ଦାରୁବ୍ରହ୍ମ 

କଳି କାଳେ ଭାଇ ଭଉଣୀ ମେଳରେ

ଜଗନ୍ନାଥ ନାମ ବହି

କାଳିଆ ସାଆନ୍ତ ଭାବେ ପରିଚିତ

ଜଗବନ୍ଧୁ ହେ ଗୋସାଇଁ

ବନ୍ଧୁ ହେବା ପାଇଁ ବଳିଅଛି ମନ

କୃପା ହେଉ ବନ୍ଧୁ ଭାବ

ନିବେଦନ ବନ୍ଧୁ ରୂପେ କରୁଅଛି

ହୁଅ ମୋ ବନ୍ଧୁ ବାନ୍ଧବ 

ବନ୍ଧୁ ହେବା ପାଇଁ ଯୋଗ୍ୟ କି ଅଯୋଗ୍ୟ

ନିଜେ ଜାଣି ପାରୁ ନାହିଁ

ବନ୍ଧୁତ୍ବ ର ଦ୍ୱାହି ଦେଇ ହୃଦୟରେ

ହାତ ଦେଇଛି ବଢାଇ

ବନ୍ଧୁ-ପ୍ରିୟ ବୋଲି ବନ୍ଧୁ ଭାବ ପାଇଁ

କରୁଅଛି ନିବେଦନ

ନୀଳାଦ୍ରି ଗୋସାଇଁ ଚରଣେ ଶରଣ

ଅକ୍ଷୁର୍ଣ୍ଣ ରହୁ ସେ ପଣ



Rate this content
Log in

Similar oriya poem from Abstract