STORYMIRROR

pravasini Senapati

Romance Tragedy

3  

pravasini Senapati

Romance Tragedy

ନୀଳ କଇଁର ପ୍ରତୀକ୍ଷା

ନୀଳ କଇଁର ପ୍ରତୀକ୍ଷା

1 min
245


କାହିଁ କେତେବେଳୁ ପ୍ରତୀକ୍ଷା କରିଛି

ନୀଳ ଜଳେ ନୀଳ କଇଁ.....

ନୀଳ ଆକାଶର ଦିଗବଳୟ ଚିରି

ଜହ୍ନ ମୋ ଆସିବ ଉଇଁ ।(୧)


କେଉଁଠି ଥିଲା ଏ କଳା ବାଦଲଟା

ଅବେଳେ ଆସିଲା ଘୋଟି....

ଜହ୍ନ ଲୁଚିଗଲା ବଉଦ ଉହାଡ଼େ

କଇଁ ପାରିଲାନି ଭେଟି ।(୨)


ଉଦାସୀ ନୟନୁ ଦୁଇଟୋପା ଲୁହ

ଢ଼ାଳି ଦେଲା ନୀଳ କଇଁ.....

କାହିଁ ଲୁଚି ଗଲ ହୃଦୟ ବନ୍ଧୁ ମୋ

ଥରେ ଆସି ଦିଅ ଚାହିଁ ।(୩)


ଘନ ଘୋର ମେଘ ଅନ୍ଧାର ରାତିରେ

ଏକାକିନୀ ତୁମ କଇଁ....

ଅୟୁତ ଯୁଗରୁ ପ୍ରତୀକ୍ଷା କରିଛି

ତୁମରି ବାଟକୁ ଚାହିଁ ।(୪)


ଥରେ ଆସ ପ୍ରିୟ ,ମୋତେ ଦେଖାଦିଅ

ପ୍ରତୀକ୍ଷାର ହେଉ ଶେଷ.....

ହୃଦୟ ସମର୍ପି ତୁମରି ପାଖରେ

କଲି ଅବା କେଉଁ ଦୋଷ ?(୫)


ନୀଳ ଗଗନର ରାଜପୁତ୍ର ତୁମେ

ମୁଁ କ୍ଷୁଦ୍ର ସରସୀ କନ୍ୟା.....

ଯୁଗ ଯୁଗର ଏ ସମ୍ପର୍କ ଆମର

ଏକଥା ସଭିଙ୍କୁ ଜଣା ।(୬)


ଝୁରି ଝରିଯିବି ତୁମ ବିରହରେ 

ଆସ ପ୍ରିୟତମ ମୋର.....

କେହି ନଜାଣିଲେ ତୁମେ ତ ଜାଣିଛ

ଆମ ଏ ପ୍ରେମ ଅମର (୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance