ନିଃସଙ୍ଗତା
ନିଃସଙ୍ଗତା
ସତେଜ ଦେହରେ ଆଜି
ଚର୍ମ ଲୋଚାକୋଚା ହେଇଛି l
ଵୃଦ୍ଧା ବୟସର ନିଃସଙ୍ଗତା
ଲୁହ ହେଇ ଆଖିରୁ ଝରୁଛି l
ହସହସ ସେ କଥା କୁହା ଓଠ
ନୀରବେ ବିଦ୍ରୋହ କରୁଛି l
ଗାଲେ ହାତ ଦେଇ, ଚିନ୍ତାଗ୍ରସ୍ତ ମୁହଁ
ପୂର୍ଵ ଦିନକୁ ଝୁରୁଛି l
ରେଶମୀ ଜରିଲଗା ଶାଢ଼ୀଟା
ମଇଳା ଚାଦରର ରୂପ ନେଇଛି l
ବେଣୀ ପକା ଲମ୍ବା କେଶ ଆଜି
ନୁଖୁରା ହେଇ ପବନରେ ଉଡ଼ୁଛି l
ଯୌବନ ବାର୍ଦ୍ଧକ୍ୟର ରୂପ ନେଇ
ହାଏ ବଡ଼ କଲବଲ କରୁଛି l
