STORYMIRROR

Manorama Mohanty

Abstract

2  

Manorama Mohanty

Abstract

ନିଃଶବ୍ଦ ଚିତ୍କାର

ନିଃଶବ୍ଦ ଚିତ୍କାର

1 min
200

ମା' ଗର୍ଭରେ ଥାଇ କନ୍ୟା ସନ୍ତାନ୍ତ ଟି

ବୁକୁ ଫଟାଇ ଚିତ୍କାର କରୁଥିଲା

ମୋତେ ଏଥର ଜନ୍ମ ହେବାକୁ ଦିଅ

ମା! ଦେଖିବାକୁ ଦିଅ ଏ ସୁନ୍ଦର ଧରା 

ଆକଣ୍ଠ ପାନ କରିବାକୁ ଦିଅ ତୁମ

ବକ୍ଷୁ ଝରୁଥିବା ଅମୃତର ଧାର

ମୋ ପାଇଁ କଣ କାନ୍ଦୁନି ତମ ଅନ୍ତର

ତମେ କଣ ଚାହୁଁ ନାହଁ ମତେ କୋଳରେ ଧରି ଜହ୍ନ ତାରା ଦେଖାଇବାକୁ ତମ ମମତା ରୁ

ମତେ ବଂଚିତ କର ନା ମା 

 ମୁଁ ପରା ତମରି ରକ୍ତ ତେବେ ମୋତେଏତେ ଘୃଣା କରୁଛ ଓ ବାରବାର ଦୁରେଇ ଦେଉଛ କାହିଁକି କାହିଁକି ମୋତେ ହତ୍ୟା କରୁଛ ତୁମେ ପରା ସ୍ନେହମୟୀ

ମା ମୋର ସର୍ବଂସହା । ତୁମେ ବିତ

ଜଣେ ନାରୀ ।ତେବେ ମୋ ପ୍ରତି

ହେଉଥିବା ଅନ୍ୟାୟ ଦେଖି ଚୁପ

ରହୁଚ କାହିଁକି ?କଣ ପାଇଁ ତମ ମନରେ ଦୁଃଖ ମୁଁ ବିତ ହୋଇପାରେ

ରାଣୀ ଲକ୍ଷ୍ମୀବାଇ ,ମଦର ଟେରେସା

ପୁର୍ଣ କରିପାରେ ତୁମ ଇଚ୍ଛା ଆଂକାଂକ୍ଷା ।ମୋତେ ଜନ୍ମ ହେବାକୁ

ଦିଅ ମା । ମୋ କ୍ରନ୍ଦନ ଶୁଣ ମା 

ମୁଁ ତମ କନ୍ୟା ।ଅନୁଭବ କର ,ମୁଁ 

ତୁମ ସ୍ପନ୍ଦନ ।ଆଃ ଉଃ ----- ମୋତେ 

ବହୁତ କଷ୍ଟ ହେଉଛି ଆଃ ଓଃ।ସବୁ ଶେଷ । କେହି ତା ଚିତ୍କାର ଶୁଣିଲେନି। ଦୁନିଆର ଆଲୋକ ଦେଖିବାପାଇଁ ଉତ୍କଣ୍ଠିତ କନ୍ୟାଟି

ପୁଣି ଅନ୍ଧାରରେ ହଜିଗଲା। ତା'ର ପ୍ରତିଟି ଶବ୍ଦ ମଧ୍ୟ ଅନ୍ଧାର ବକ୍ଷ ରେ ଲୀନ ହୋଇଗଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract