STORYMIRROR

Dr Susmita Dash

Fantasy Inspirational

2  

Dr Susmita Dash

Fantasy Inspirational

ନିଃସ୍ଵାର୍ଥପର ପ୍ରେମ

ନିଃସ୍ଵାର୍ଥପର ପ୍ରେମ

1 min
13.4K


କାଲି ପରି ଲାଗେ,

ମୋ ଆଡ଼କୁ କଣେଇ ଚାହିଁଲେ...

ଚାଲୁଥିଲା ହୃତ୍ ସ୍ପନ୍ଦନ କ୍ଷୀପ୍ର ଗତିରେ,

କିଛି ନକହିଲେ ବି ସବୁ

ବୁଝା ଯାଉଥିଲା ସ୍ପଷ୍ଟ ଭାବରେ।

କେତେ ବାହାନା କରି,

ମୋରି ପ୍ରତୀକ୍ଷାରେ,ଯାଉଥିଲ ରହି ।

ଆଖିରେ ଆଖିରେ....

ମନକଥା ସବୁ ଯାଉଥିଲ କହି।

ତୁମ ଚିଠି ଏବେବି ରଖିଛି ସାଇତି,

ଅଜାଡି ଦେଉଥିଲ ହୃଦୟର ଭାବ...

ଅକ୍ଷରେ ଅକ୍ଷରେ ଭରିଥିଲା ପ୍ରିତି।

ନିଷ୍କପଟ ଆସକ୍ତି, 

ନିଃସ୍ଵାର୍ଥପର ପ୍ରେମର ଜୁଆରରେ,

ଦେଲି ହଜାଇ ମୋ ସ୍ଥିତି।

ସେ ସ୍ରୋତରେ ଭାସି ଭାସି,

ମୋ ଜୀବନର ନାଆ ....

ଆଜି ମଝି ନଈରେ,

ଏବେବି ପ୍ରତୀକ୍ଷା କୂଳର,

ଆସିବା ନିଶ୍ଚିତ ତୁମର....

ବାକିଆ ରହିଛି ଅଭିମାନ!

କରିବ ପାଶୋରା ପ୍ରତିଶ୍ରୁତି ପୂରଣ,

ତେବେ ତ.....

ତୁମ ସ୍ମରଣେ ବି ଆସେ ଶିହରଣ।


এই বিষয়বস্তু রেট
প্রবেশ করুন

Similar oriya poem from Fantasy