STORYMIRROR

Samar Ballav Bhoi

Tragedy Inspirational

3  

Samar Ballav Bhoi

Tragedy Inspirational

ନିଦହୀନ ରାତି

ନିଦହୀନ ରାତି

1 min
246


ଆରେ ତମେ ଶୋଇନ ଯେ

ନାହିଁ ନିଦ ଆସୁନି ପରା...

କାହିଁ ଦିନରେ ଶୋଇଥିଲ ବୋଧେ.. ??

ନା ..ନା 

କ'ଣ ନା ନା

ଶୋଇପଡ଼ ଶିଘ୍ର

ମୋତେ ସେହି ବହି ଖଣ୍ଡକ ଦେଲ

ତାକୁ ପଢୁ ପଢୁ 

ଯଦି ନିଦ ଆସିଯାଏ 

ତେବେ ଭଲ......

ମୁଁ ତ ଶୋଇ ନାହିଁ ..

ହେଲେ ତମେ ଏ ପର୍ଯ୍ୟନ୍ତ ଶୋଇ ନ ଯେ

ହଁ ମୋତେ ତ ନିଦ ନାହିଁ

କାହିଁକି କେଜାଣି ମୋତେ ବି ନିଦ 

ହେଉ ନାହିଁ....

ରାୟ ବାବୁ ଙ୍କ ଘରେ ତାଲା ...

ଏ ଇଂରେଜ ସରକାର ଙ୍କୁ

ନ ତଡିବା ଯାଏ ....

ସାରା ଦେଶ ଟା ବି ଶୋଇ ପାରୁନି

ମୁଁ ବା କ'ଣ ଶୋଇ ପାରିବି....??

କେତେ ମୋର ଭାଇ ଭଉଣୀ

ଇଂରେଜ ସରକାର ଙ୍କ ଦ୍ଵାରା ...

ଜେଲର ଅନ୍ଧାରୀ କୋଠରୀରେ 

ଜୀବନ କାଟୁଛନ୍ତି....

ଆଉ କିଛି ତାଙ୍କ ବନ୍ଧୁକ ଗୁଳି ଖାଇ

ଶହୀଦ ହୋଇଛନ୍ତି....

ଏସବୁ କୁ ଆଖିରେ ଦେଖିଲା ପରେ

କାହାକୁ ଯେ ନିଦ ହେବ....??

ଏ ନିଦ ହୀନ ରାତି ....

ବୋଧେ କାଲିର ସକାଳ 

କିଛି ନୂଆ ହେବ .....

ସକାଳ ସୂର୍ଯ୍ୟଙ୍କ ରକ୍ତିମ କିରଣ

ପଡି ନୂଆ ଭାରତ ସୃଷ୍ଟି ହେବ

ଏହା ହିଁ ଏ ନିଦ ହୀନ ରାତିର

ସଙ୍କେତ.....

ଏ କଥା କହୁ କହୁ 

ମୋ ଆଖିକୁ ନିଦ ....

ଉଠିଲା ବେଳକୁ ଆମ ଦେଶ

ସ୍ବାଧୀନତା ପାଇସାରିଛି....!! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy