ନିବିଡ ସ୍ପର୍ଶ
ନିବିଡ ସ୍ପର୍ଶ
ଆଃ..
ଶିହରୀ ଉଠିଲା ଲତା..
କାହାର ଏ ସ୍ପର୍ଶ..!!
ଏତେ ମାଦକତା ଭରା..
ସତେ କାହାର ବା ଏ ସ୍ନିଗ୍ଧ ପରଶ..!!
ଏ ମଳୟର ସ୍ପର୍ଶ ନୁହେଁ..
ମଳୟ ଯେ..
ଏତେ ଉନ୍ମାଦନା ଆଣି ପାରେନା..!!
ତା ସ୍ପର୍ଶରେ ଲତା..
ଏତେ ମାତ୍ରାରେ ତ ଶିହରୀ ଉଠେନା..!!
ଏ ସ୍ପର୍ଶ ନୁହେଁ ସୂର୍ଯ୍ୟାଲୋକର..
ଯେ କି..
ଏତେ ନିବିଡ କେବେ ହୋଇ ପାରେନା..!!
ଯାହାର ସ୍ପର୍ଶ ପାଇ କେବେ…
ଲତା ନିଜ ଆଖି ବନ୍ଦ କରି ଦିଏନା..!!
ନିଶ୍ଚୟ ନୁହେଁ ଏ ବାରିଧାରା..
ସେ ତ..
କେବଳ ଟିକେ ଭିଜେଇ ଯାଇଥାଏ..!!
ତା ଛୁଆଁ କେବେ ଯେ..
ଲତା ହୃଦୟକୁ ଭିଜେଇ ପାରେନା..!!
ନା.. ଏ ଶିଶିର ବିନ୍ଦୁ ବି ନୁହଁ..
ଯା ପାଇଁ..
ଲତା ଏମିତି ଥରି ଉଠିବ..!!
ଯାହାର କେଉଁ ନିଶବ୍ଦ ସ୍ପର୍ଶଟିଏ..
ଲତାକୁ ଏତେ ବିଚଳିତ କରି ପାରେନା..!!
ତେବେ.. ଏ କାହା ସ୍ପର୍ଶ..!!
ଯାହା ଏତେ ଆପଣାର..!!
ଆଉ ବି ଏତେ ଚମତ୍କାର..!!
ଯାହା ପାଇବା ପରେ ଲତା..
ନିଜକୁ ନିଜେ ଆଉ ଖୋଜି ପାଏନା..!!
ପୁନଃ ଛୁଇଁ ଗଲା ସେ..
ଟିକେ ହସି କହିଗଲା..
ମୁଁ..ସେହି ପ୍ରକଣ୍ଡକାୟ ବୃକ୍ଷ..!!
ଯା ଛଡା ଆଉ କିଏ ବି..
ତୁମର ଏତେ ନିକଟତର ହୋଇ ପାରେନା..!!