STORYMIRROR

Arjuni charan Behera

Inspirational Thriller Others

3  

Arjuni charan Behera

Inspirational Thriller Others

ନଗରେଷୁ ଦିଲ୍ଲୀ

ନଗରେଷୁ ଦିଲ୍ଲୀ

1 min
189


କଥାଟିଏ ଅଛି ଭାଇ ପୁଷ୍ପ ମଧ୍ୟେ ମଲ୍ଲି

ନଗରମଧ୍ୟରେ ରାଣୀ ନଗରେଷୁ ଦିଲ୍ଲୀ l


ପୁରାଣେ ପ୍ରସିଦ୍ଧ ନଦୀ ଯମୁନା ଜାହ୍ନବୀ

କାଳୁଁ କାଳ ବହୁଅଛି ଯାର ପାଦ ସେବି l


ମହାଭାରତେ ବିଖ୍ୟାତ ଇନ୍ଦ୍ରପ୍ରସ୍ଥ ନାମ

ଦୁଃଶାକୁ ଗଡ଼ାଇ ମାରେ ମହାବଳି ଭିମ l


ହସ୍ତୀ ପ୍ରତିଷ୍ଠିତ ରାଜ୍ୟ ନାମ ତା ହସ୍ତୀନା

ପୁରାଣରେ କଥା ଅଛି ହସ୍ତୀନା ବାରୁଣା l


ପାଶେ ରାଜେ କରନାଲ କର୍ଣ୍ଣ ରାଜଧାନୀ

କୁରୁକ୍ଷେତ୍ର ଶୁଣାଇଲେ କୃଷ୍ଣ ଗୀତାବାଣୀ l


ପୁରାଣେ ବିଖ୍ୟାତ ଯୁଧିଷ୍ଠିର ଧର୍ମ ରାଜ

ଇନ୍ଦ୍ରପ୍ରସ୍ଥେ ଚକ୍ରବର୍ତ୍ତୀ ଯାହା ଦିଲ୍ଲୀ ଆଜ l


ଇତିହାସ ମୂକସାକ୍ଷୀ ପାଶେ ପାନିପଥ

ଯହିଁ ବହିଥିଲା କେତେ ବୀରଙ୍କର ରକ୍ତ l


ବିଶ୍ୱାସ ଘାତକ ଜୟ ଚନ୍ଦ୍ରର କାହାଣୀ

ପୃଥ୍ୱୀରାଜ ହରଣ ସେ ସଂଯୁକ୍ତା ରମଣୀ l


ମୁରୁଖ ନରର କେତେ ନାରକୀୟ ଲୀଳା

ଆମ ଦିଲ୍ଲୀ ରହିରହି କେତେ ନଦେଖିଲା l


ଗ୍ରୀକ,ହୁନ,ଆଫଗାନ,ମୋଗଲ,ପଠାଣ

ଦିଲ୍ଲୀ କରି ଗଲେ ସସ୍ରେ ବରଷ ଲୁଣ୍ଠନ l


ବ୍ରିଟିଶେ ବସିଲେ ପୁଣି ସିଂହାସନ ମାଡ଼ି

ଗଲେ ପୁଣି କାଳେ ନିଜ ଦେଶକୁ ବାହୁଡ଼ି l


ଆମ କୋହିନୁର ହୀରା ଶିଖି ସିଂହାସନ

ସେ ଲୁଣ୍ଠନ କାହାଣୀର ବଳିଷ୍ଠ ପ୍ରମାଣ l


ବୀରରକ୍ତେ ସିକ୍ତ ଲାଲ ଆମ ଦିଲ୍ଲୀ ମାଟି

ଲାଲ କିଲ୍ଲା ଆମ ଦିଲ୍ଲୀ ଗଉରବ ଘାଟି l


ନୂଆ ଦିଲ୍ଲୀ ଭାରତର ନବ ରାଜଧାନୀ

କାହାଣୀର ଗନ୍ତାଘର ଭୁବନର ରାଣୀ l


ସବୁଠାରୁ ବଡ଼ ବିଶ୍ୱେ ଆମ ପ୍ରଜାତନ୍ତ୍ର

ସଗର୍ବେ ବିରାଜିଅଛି ଆମ ପାର୍ଲିମେଣ୍ଟ l


ରାଷ୍ଟ୍ରପତିଙ୍କ ନିବାସ ହିଲ ରାଇସିଣା

ସୁପ୍ରିମକୋର୍ଟ ଆମର ବିଶ୍ୱେ ଜଣାଶୁଣା l


ଐତିହାସିକ ନଗରୀ ଆମ ରାଜଧାନୀ

ପ୍ରଣାମ ଜଣାଏ ଦୁରୁ ଲୋ ନଗରରାଣୀ l

       



Rate this content
Log in

Similar oriya poem from Inspirational