STORYMIRROR

Debabrata Jena

Inspirational

2  

Debabrata Jena

Inspirational

ନଦୀ

ନଦୀ

1 min
2.7K


ନିର୍ଜନତାର ବୁକୁ ଚିରି ବହିଯାଏ ମୁହିଁ

ଅପେକ୍ଷା କରିନି ହେବା ପାଇଁ କାହା ସାଥୀ

ଏତିକି ଜାଣିଛି ମୁହିଁ ଅସ୍ତିତ୍ବ ହରାଇ

ପାଇବି ଯେତିକି ସୁଖ ତାହାହିଁ ସମ୍ପତ୍ତି ।।


ମୂକସାକ୍ଷୀ ମୋ ପାଇଁ ସୁନୀଳ ଗଗନ

ଚନ୍ଦ୍ର ସୂର୍ଯ୍ୟ ବି ଅଛନ୍ତି ଲଗାଇ ମଗନ

ପରହିତ ପାଇଁ ପଛେ ହେବି ମୁଁ ବିଲୀନ

ତଥାପି ମୂଁ ଭୁଲିବିନି ମୋ ନିଜସ୍ବ ଧର୍ମ ।।


କାଲି ଥିଲି ଆଜି ଅଛି କାଲିକୁ ବି ଥିବି

ମନରେ ମୋ ପ୍ରଶ୍ନ ସଦା ଉଙ୍କି ଯେ ମାରଇ

ମଣିଷ ଜାତିଟା ଭାଇ ସବୁଠୁ କୃତଘ୍ନ

ନିଜ ସ୍ଵାର୍ଥ ପାଈଁ କରେ ସଭିଙ୍କର କ୍ଷତି ।।


ବନ୍ଧୁର ପଥ ହିଁ ମୋର ଚିର ସହଚର

ସେ ପାଇଁ ମୋ ଜୀବନରେ କରେନି ଖାତିର

କଣ୍ଟକିତ ମାର୍ଗ ଦେଇ ପଛେ ବହିଯିବି

ଜୀବଜଗତ ପାଇଁ ଅମୃତ ବାଣ୍ଟିବି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational