STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ନବରାତ୍ରୀ ଶୁଭେଚ୍ଛା

ନବରାତ୍ରୀ ଶୁଭେଚ୍ଛା

1 min
255


ନବରାତ୍ରୀ ର ଶୁଭେଚ୍ଛା ସହ କିଛି ନୂଆ ବାର୍ତ୍ତା

ମଙ୍ଗଳ କାମନା ଓ ଖୁସି ମନାସି

ପାର୍ବଣ ଖୁସି ଅବସର ପୁଣି ଦେବୀ ପୂଜାରେ

ମାତୃ ଜ୍ଞାନ ସହ ହେଉ ହସ ଖୁସି।


ଯେବେ ସେହି ଶକ୍ତି ପଦାର୍ପଣ କରୁଛନ୍ତି ଶୁଣି

ଲିଙ୍ଗ ନିରୂପଣ ନୁହେଁ ଯୁକ୍ତିଯୁକ୍ତ

ଅପମାନ ହେଲା ପରି ଏମିତି ନ କଲେ ଭଲ

ଶୁଭରାତ୍ରି,ସେଥିରୁ ହୁଅନ୍ତୁ ନିବୃତ୍ତ।


ଯେବେ ମାତା ରାଣୀ କନ୍ୟା ରୂପରେ ଆସି ଅଛନ୍ତି

ହାୟ ହାୟ କହି ନ କର କ୍ରନ୍ଦନ

ପୁତ୍ର ପରି ଯଥା ବିଧି ହର୍ଷ ଉଲ୍ଲାସ ସହିତ

ସୁକନ୍ୟା କୁ କରନ୍ତୁ ଅଭିବାଦନ।


ଠିକ୍ ଦେବୀ ମାତା ରୂପେ ଯେବେ ଆସେ ପୁତ୍ରବଧୂ

ଯୌତୁକ ଆଳରେ ଦିଅ ନାହିଁ ଗାଳି

ନିଷ୍ଟୁର ବିନା ଭଲ ମଣିଷ ପରି ବ୍ୟବହାର

ସହ ମିଳିମିଶି ରହୁ ହସି ଖେଳି।


ମୂର୍ତ୍ତିମନ୍ତ ମାତାଙ୍କୁ ନିଜ ଘରେ ଓ ସମାଜରେ

ଅନୁଭବ କରିବାକୁ ବ୍ୟଗ୍ର ହୁଅ

ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ଓ ପ୍ରେମ ଯୋଗ୍ୟ

ନିର୍ଜୀବ ବସ୍ତୁ ସହ ନୁହେଁ ତୁଳନୀୟ।


ତାଙ୍କୁ ବଢିବା ଓ ଉଡ଼ିବାର ସୁଯୋଗ ମିଳୁ

ଶୁଭ ନବରାତ୍ରୀ ହେଉ ମଧୁମୟ

ପ୍ରାର୍ଥନା ସୂକ୍ଷ୍ମ ରୂପରେ ହିଁ ଏକ ବ୍ୟାପକ ଶକ୍ତି

ମିଳିତ ପ୍ରାର୍ଥନା ମାତାଙ୍କର ପ୍ରିୟ।


ଆବଶ୍ୟକ ହେବ ନାହିଁ କନ୍ୟା ସୁରକ୍ଷା ଯୋଜନା

ଅଥବା ମିଶନ ଶକ୍ତି ଅଭିଯାନ

ସମସ୍ତଙ୍କ ପ୍ରତି ପ୍ରେମ ମାନବିକତା କରୁଣା

ଏ ମାନବୀୟ ଗୁଣ ରହୁ ଅକ୍ଷୁର୍ଣ୍ଣ।


ପ୍ରତି ଘରେ ଜୀବନ୍ତ ଦେବୀ ରୂପେ ମା ଝିଅ ପତ୍ନୀ 

ଯଦି ସଭିଙ୍କୁ ସ୍ନେହ ପ୍ରେମ ମିଳିବ

ନବରାତ୍ରୀ ପାଳନର ହିଁ ଯଥାର୍ଥତା ସହିତ

ନବଦୁର୍ଗା ଙ୍କ ଆଶିଷ ପ୍ରାପ୍ତ ହେବ।।


Rate this content
Log in

Similar oriya poem from Abstract