Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabodha Chandra Mudra

Children

3  

Prabodha Chandra Mudra

Children

ନବୀନ ଆଶାର ଆଲେକ

ନବୀନ ଆଶାର ଆଲେକ

1 min
337


ଅତି ପ୍ରିୟତମ ଅମୃତ ସନ୍ତାନ,

ଦିବ୍ୟ ଅନୁପମ ଜଗତ ଭୂଷଣ, 

ଧାତାଙ୍କ ସୃଷ୍ଟିର ଶ୍ରେଷ୍ଠ ବରଦାନ, 

ନବ ପ୍ରଭାତର ରକ୍ତିମା କିରଣ, 

  ଏହି ବିଶ୍ବ ତୁମେ ଚିର ଆୟୁଷ୍ମାନ ।


ଯେହ୍ନେ ପୁଷ୍ପୋଦ୍ୟାନେ ବିକଚ ପ୍ରସୂନ, 

ଶିଶୁର ସୃଷ୍ଟିରେ ହସଇ ଭୁବନ, 

ତୁମ ରୂପଜ୍ୟୋତି ଅତି ଶୋଭବନ, 

ବିଧାତାଙ୍କ ପାଇଁ ଶ୍ରେଷ୍ଠ ନିଦର୍ଶନ,

   ଧନ୍ୟ-ଧନ୍ୟ ତୁମେ ପ୍ରିୟ ଶୁଶୁଗଣ ।


ଅସ୍ଥିର ପଦରେ ସଧୀର ଗମନ, 

ଚପଳ-ଚଞ୍ଚଳ ତବ ତନୁ-ପ୍ରାଣ, 

ଦରୋଟି ହସ ଯେ ଦିବ୍ୟ ଆଭୂଷଣ, 

ଦୁଃଖ-କ୍ଲେଶ-ଶୋକ-ରହିତ ଜୀବନ, 

  ଧନ୍ୟ ହେ ଈଶ୍ବର ! ତୁମରି ଭିଆଣ ।


ନିରଭିମାନରେ ସଦା ସୁପ୍ରସନ୍ନ,

ଲୋଭ-ମୋହ-ମାୟା ନ କରେ ଆଚ୍ଛନ୍ନ,

ନଷ୍ଟପଟ ତୁମେ ବାଳୁତ ଅଜ୍ଞାନ,

ସଭିଙ୍କର ତୁମେ ପ୍ରାଣର ସ୍ପନ୍ଦନ, 

    ପର-ଆପଣାକୁ କର ସମ ଜ୍ଞାନ ।


ବୃଦ୍ଧ-ବୃଦ୍ଧାଙ୍କର ପ୍ରିୟ ଗଳାହାର, 

ଦୁଃଖୀ ପ୍ରାଣେ ଦିଅ ଆନନ୍ଦ ଅପାର, 

ପିତାମାତାଙ୍କର ହୃଦ ରତ୍ନହାର, 

ତବ ପ୍ରାଣେ ବିଭୁ କରନ୍ତି ବିହାର, 

       ଭଗିରଥ ସମ ପବିତ୍ର ଗଙ୍ଗାର ।


ତୁମ ସ୍ନିଗ୍ଧହସେ ପ୍ରଫୁଲ୍ଲିତ ଧରା, 

ମିଳନ-ବିରହ ପ୍ରବାହିତ ଧାରା, 

ନିଃସଙ୍ଗ ଜନର ତୁମେ ହିଁ ସାହାରା, 

ବିରହେ ତୁମର ଜୀବନ ଅଧୁରା, 

    ରାମ-କୃଷ୍ଣ ଶିଶୁ ଲୀଳା ଅପାସୋରା ।


ଶାନ୍ତଦ୍ରୁତ ତୁମେ ନୈରାଶ୍ଯ ନାଶକ, 

ସକଳ ଆଶାର ଜ୍ୟୋତି ପ୍ରଦାୟକ, 

ଶାଶ୍ବତ ପ୍ରେମର ତୁମେ ହିଁ ଦ୍ୟୋତକ, 

ରାଷ୍ଟ୍ର ଭବିତବ୍ୟ ମହାନ ନାୟକ, 

        ପୁଷ୍ପସମ ବାସ ବିତର ମହକ ।


ଆୟୁ-ବିଦ୍ୟା-ଯଶେ ହୁଅ ଯେ ନିର୍ଭୀକ, 

ରାଷ୍ଟ୍ର ପ୍ରଗତିର ଭବ୍ୟ ନାଗରିକ,

ଆଶାଭରସାର ତୁମେ ହିଁ ନାୟକ, 

ବିଭୁ କୃପାବଳେ ରଖ ଦେଶ ଟେକ, 

ତୁମେ ହିଁ ଆମର ଆଶାର ଆଲୋକ ।



Rate this content
Log in

Similar oriya poem from Children