Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

4.0  

Sanjya Tripathy

Classics

ନବବର୍ଷ ସୁଗତମ୍

ନବବର୍ଷ ସୁଗତମ୍

2 mins
247



ନବବର୍ଷ ଆସ ତୁମେ ଆଶା ଓ ଆକାଂକ୍ଷାର ପୂର୍ଣ୍ଣଭାର ନେଇ

ଆତଙ୍କବାଦରେ ଶିହରିତି ଶତଧା ବିଦୀର୍ଣ୍ଣ ଏ ଭାରତ ଭୂଖଣ୍ଡରେ

ଶାନ୍ତି ଓ ସଂପ୍ରୀତିର ସଂଜୀବନୀ ନେଇ

ତୁମରି ଆଗମନରେ ଝଲସି ଉଠୁ ଧରା ପୃଷ୍ଠ

ଦୂର ଦିଗନ୍ତରେ ହେଉ ସମ୍ଭାବନାର ସୂର୍ଯ୍ୟୋଦୟ

ଜଗତର ସମସ୍ତ କଷଣ ଓ ଦୁର୍ବିପାକକୁ ଗଳାଧକରଣ କରି

ନୀଳକଣ୍ଡ ତୁମେ ଆମ ଆଶ୍ଵସ୍ତିର ସଂଦେଶ ନେଇ

କ୍ରମବର୍ଦ୍ଧିଷ୍ଣୁ ମାଓବାଦୀ ଆତଙ୍କ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ

ଲାଗୁ ଏକ ଚିରସ୍ଥାୟୀ ଅଙ୍କୁଶ

ବିଷୋରକ ମୂଲ୍ୟ ବୃଦ୍ଧି ଓ ଦାରିଦ୍ର୍ୟର ଦାଦନରେ ପ୍ରପୀଡିତ

ଅଗଣିତ ବୁଭୁକ୍ଷୁ ଜନତାଙ୍କ

ଦୂର ସଂବେଦୀ ଦୃଷ୍ଟିର ପରିସୀମାରେ

ପ୍ରୀତିଭରା ଲଗ୍ନର ଶୁଭ ମୁହୁରତରେ

ତୁମରି ଆଗମନରେ ସର୍ବତ୍ର ସଂଚରି ଯାଉ

ପରିପୂର୍ଣ୍ଣତାର ଏକ ଅନନ୍ୟ ମହକ

ସାମାଜିକ ବ୍ୟବସ୍ଥାରେ ଭରତି ହୋଇଯାଉ

ବୈଷମ୍ୟ ରହିତ ଭେଦଭାବହୀନ ଅଂଗୀକାର ବଦ୍ଧତା

ଓ ଉତର ଦାୟିତ୍ଵର ସଂପ୍ରସାରିତ ସୁରଭି

ଏକ ନିଛକ ମଣିଷ ପଣିଆ ଓ ନିରୁତା, ନିଷ୍ଠାପ, ମନୋବୃତି ସହ

ତୁମେ ଆମ ଅଭିଯାତ୍ରାର ଅପ୍ରତିହତ ଇଚ୍ଛାଶକ୍ତି ନେଇ

କ୍ରମଶ ବିଲୁପ୍ତ ପ୍ରାୟ ନୈତିକ ମୂଲ୍ୟବୋଧର

ପୁନଃପ୍ରତିଷ୍ଠାର ମହତ୍ ଅଭିଳାଷ ନେଇ ନବବର୍ଷ

ତୁମେ ଆହ୍ବାନ କର ଆଗାମୀ ପିଢୀକୁ

ଏକ ସ୍ଵଚ୍ଛ, ଦୁର୍ନୀତିମୁକ୍ତ, ଉରଦାୟୀ ପ୍ରଶାସନ ପାଇଁ ନେତୃବର୍ଗକୁ

ସଂକୀର୍ଷ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ

ସମୂହ ସ୍ଵାର୍ଥ ସାଧନ ନିମିତ

ନିରବଛିନ୍ନ, ଏକୀକୃତ ଉଦ୍ୟମ ଜାରି ରଖୁବାକୁ

ତଥାକଥିତ ବୁଦ୍ଧିଜୀବିଙ୍କୁ

କେବଳ ଅଭିଭାଷଣ ଓ ସଂପାନରେ ସୀମିତ ନ ରହି

ବ୍ୟପକ କରିବାକୁ ସେମାନଙ୍କ

ଅନୁଶୀଳନ ଓ ସମୀକ୍ଷାକୁ

ବ୍ୟବସ୍ଥାରେ ଥିବା ତୁଟିବିଚ୍ୟୁତକୁ ଦୂର କରି

ଦିଗ୍‌ଦର୍ଶନ ଦେବାକୁ

ଏକ ନୂତନ ରାଷ୍ଟ୍ର ନିର୍ମାଣର

ଯହିଁରେ ଭଲ ଆଭିମୂଖ୍ୟ ଓ କାର୍ଯ୍ୟ ଶୈଳିରେ ହେବ

ଆମୂଳଚୁଳ ପରିବର୍ତ୍ତନ

ପରିବର୍ତ୍ତିତ ପରିସ୍ଥିତି ସହ ତାଳ ଦେଇ

ଯିଏ ନିଜକୁ ଢାଳି ନେବ ରୂପାନ୍ତରିତ ପ୍ରକ୍ରିୟାରେ

ଯାହା ତୁଟି ଶୂନ୍ୟ ଓ ପ୍ରାଣପ୍ରାଚୁର୍ଯ୍ୟଭରା

ଅହମିକା ବିହୀନ ଓ ଭ୍ରାନ୍ତଶୂନ୍ୟ

ସୁୱାଗତମ୍ ନବ ବର୍ଷ

ତୁମେ ସୀମତ ରହି ନାହିଁ ବାର୍ଷିକ ସଂକଳ୍ପରେ

ବରଂ ତୁମେ ଦିଗନ୍ତ ପ୍ରସାରୀ ହୁଅ

ଅନୁଭୂତି ଓ ଅଭିଯାତ୍ରାର ପରିମାର୍ଜିତ ସଂସ୍କରଣରେ

କାଳାତୀତ ଏକ ଅବାନ୍ତର ଅଭିମାନର ଉଷତ୍ ଆତ୍ମପ୍ରକାଶରେ

ନବବର୍ଷ ତୁମେ ଆସ ନବ ସୃଜନର ଆଦ୍ୟ ଓଁକାରରେ

ନବୀନ ସମ୍ଭାବନାମୟ ଏକ ଆତ୍ମ ସନ୍ତୋଷଭରା ଆମନ୍ତ୍ରଣରେ

ଏବଂ ସର୍ବୋପରି ବିରହ ବିଦଗୁପ୍ରେମିକର ନିତ୍ୟ ପରିବର୍ତନଶୀଳ

ଅନାବିଳ ପ୍ରେମର ବିବର୍ଜିତ, କାର୍ତ୍ତିକ ଏକ ପୃଥକ୍ ପରିଭାଷାରେ

ସାଧୁ ସଙ୍କଳ୍ପ ଓ ସଦିଚ୍ଛଭରା ସଂଦେଶର ଉଜାଣି ଯମୁନାରେ

ନୀରବ, ସଂଗୁପ୍ତ ଦୃଷ୍ଟିର ଅନନ୍ତ ନୀଳିମାଭର

ଏକ ଦେହାତୀତ ଆବେଗରେ

ଅନୁପମ ଅନୁସୃଜନଭରା ଆତ୍ମନେପଦୀରେ

ପ୍ରଶାନ୍ତିମୟ କ୍ଲାନ୍ତି ଓ ଅନୁଶୋଚନାଭରା

ଅବଶୋଷର ପ୍ରାରମ୍ଭିକ ପର୍ଯ୍ୟାୟରେ

ଅଭିନବ ଅଧଗ୍ରହଣ ଓ ଅଙ୍କୁରିତ

ଅଭିପସାର ଜାଜ୍ଜଲମାନ ପରିପ୍ରକାଶରେ

ଏକ ବିକଶିତ କର୍ମସଂସ୍କୃତି ଓ ପରିବର୍ତ୍ତିତ

ପୃଷ୍ଠଭୂମିର ପ୍ରାସଂଗିକ ପରିଭାଷାରେ

ଯୋଗ୍ୟତମର ଉବନ ତଥା ବିଶ୍ୱୟନର

ସୃଜନଶୀଳ ଆଭିମୁଖ୍ୟ ଓ ଦୃଷ୍ଟିକୋଣରେ ।


Rate this content
Log in

Similar oriya poem from Classics