STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ନବ ବରଷ

ନବ ବରଷ

1 min
121

କାନ୍ଥେ ଟଙ୍ଗାଥିବା କ୍ୟାଲେଣ୍ଡର ତାର

ଯିବାର ବେଳ ଆସିଯାଏ,

ପୁରୁଣାକୁ କାଢି ସେଇ ସ୍ଥାନଟିରେ

ନୂଆ ପୁଣି ସଜାହୁଏ


ଅତୀତ ଦିନର ସ୍ମୃତି ସବୁତକ

ମନେ ରହେ ଘର କରି,

ମନରେ ଆନନ୍ଦ ଉଲ୍ଲାସର ଭାବ 

ନବବର୍ଷ ଆସେ ଧରି


କାହା ପାଇଁ ଦୁଃଖ କାହା ପାଇଁ ସୁଖ

ସବୁ ତ କର୍ମର ଫଳ,

ସମୟ କାହାକୁ ଅପେକ୍ଷା କରେନା

ଗଡି ଚାଲିଥାଏ ବେଳ


ଏ ନବବରଷ ଆଣି ଦେଉ ଜନେ

ସଭିଙ୍କ ଜୀବନେ ସୁଖ,

ପ୍ରଭୁ କୃପା ହେଉ ଦୁଃଖି ଜନ ଠାରୁ

ହଟିଯାଉ ସଦା ଦୁଃଖ


ଅସତ୍ୟ ପଥରେ ପାଦ ଖସିଗଲେ

ନେଉ ଏବର୍ଷ କଳେଇ,

ସତ୍ୟର ପଥରେ ବାଟ ଚାଲିବାକୁ

ହାତ ଧରି ଯାଉ ନେଇ


ସଭିଙ୍କ ମନରେ ଆତ୍ମୀୟତା ଜାଗୁ

ହସିଉଠୁ ଏ ଜୀବନ,

ଏଇ ମୋ ଗୁହାରୀ କରି ପ୍ରଭୁ ଠାରେ

ସଭିଙ୍କୁ ଅଭିନନ୍ଦନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract