STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

ନୈରାଶ୍ୟର ପରିସୀମା

ନୈରାଶ୍ୟର ପରିସୀମା

1 min
159

       ନୈରାଶ୍ୟର ପରିସୀମା


 ମଣିଷ ମନରୁ ହଜିଯାଏ ସ୍ବପ୍ନ

    ଆଶା ଆକାଂକ୍ଷା ସବୁ ଭଗ୍ନ

       ଦୁଃଚିନ୍ତାରେ ସଦା ରହେ ମଗ୍ନ

            ଖୋଜି ପାଏ ନାହିଁ ଶୁଭଲଗ୍ନ।

ଭାବ ଭାବନା ହୁଅନ୍ତି ରୁଗ୍ଣ

    ଲଲୁପତା ଦୃଷ୍ଟି ହୁଏ ତୀକ୍ଷ୍ଣ

       ପଙ୍ଗୁ ପାଲଟେ ବିବେକ ଜ୍ଞାନ

           ଆତଙ୍କିତ ଆୟୁଷ ହୁଏ କ୍ଷୀଣ।

ସଂସାର ବନ୍ଧନ ମାୟା ଘେରା

  ସଂପର୍କ ହୁଏ ଆଜି ବେସାହାରା

    ଇଚ୍ଛାମାନେ ସବୁ ରହିଯାନ୍ତି ଅଧୁରା

         ହାଃ..ହୁତାଶମୟ ଜୀବନ ଧାରା।

ଅସୀମ ନୈରାଶ୍ୟର ପରିସୀମା

  ଶାନ୍ତି ସନ୍ତୋଷ ତୃପ୍ତି ନାହିଁ ଜମା

      ବିପର୍ଯ୍ୟସ୍ତ ପ୍ରାକୃତିକ ସୁଷମା

          ଧ୍ବଂସପଥେ ଯାଇ ପାଏନା କ୍ଷମା।

ଇର୍ଷା ହିଂସା ଦ୍ବେଷ ବ୍ୟାଭିଚାର

  ଦୁର୍ବଳ ଉପରେ ହୁଏ ଅତ୍ଯାଚାର

    ମୁମୂର୍ଷୁ ବୁଭୁକ୍ଷୁମାନେ କରନ୍ତି ଚିତ୍କାର

        ଭୀଷଣ କଷଣରୁ ମିଳେନା ନିସ୍ତାର।

ଗର୍ବ ଅହଙ୍କାରର ଫୁଟେ ବୋମା

 ପ୍ରଦୂଷିତ ହୁଏ ସବୁ ଭୂମିରୁ ଭୂମା

    ବୁଝୁଛି କିଏ ଅବା ଧର୍ମର ମହିମା

       ବଢି ଚାଲେ ନୈରାଶ୍ୟର ପରିସୀମା।

ସରଳ ନିରୀହ ପ୍ରାଣ ଛଟପଟ

   ଆଖି ଆଗେ ଅଭାବର ଚିତ୍ରପଟ

     ବଞ୍ଚି ରହିବା ପାଇଁ ଭାରି ସଂକଟ

          ଦୂରବସ୍ଥାରେ ହୁଏ ସବୁ ବିଭ୍ରାଟ।

ବିପଦ ପରେ ପୁଣି ବିପଦ

  ତ୍ରାହି ତ୍ରାହିର ଖାଲି ଆର୍ତ୍ତନାଦ

    ହୃଦୟ ବିଦାରେ ଦୁଃଖ ଅବସାଦ

       ଭରସା କେବଳ ଏକା ସଚ୍ଚିଦାନନ୍ଦ।

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy