ନାଉରୀଆ ରେ....
ନାଉରୀଆ ରେ....

1 min

13.1K
ନାଉରୀଆ ରେ.....ନାଉରୀଆ ରେ.....
ଅନ୍ଧାର ଆସୁଛି ଘୋଟି...
ଭବ ସାଗରରେ ଜୀବନ ନାଆ ମୋ
ଚାଲେ ଢେଉ କାଟି କାଟି
ଚିନ୍ତନଟା ମୋର ଅକାତ କାତ ଯେ
ଭାବରେ ଲେଖୁଛି ଚିଠି -୦-
ମନ ମୋ ଗଗନ ରାଜହଂସ ସିନା
ବେଉସା ମୋ ମାଟି ଘୋଳ
ତମାମ ଜୀବନ ସୁଖ ଦୁଃଖ ଘେରେ
ଫଳେ ଖରା ଛାଇ ଖେଳ
ନାଉରୀଆ ରେ......
ଏଠି ମାୟାଘେରେ ସରବେ ଖଟନ୍ତି
କପାଳର ପାଶେ ବେଠି -୧-
ବହକି ପଡ଼ଇ ଯେତେଯେତେ ବେଳ
ନହକି ପଡ଼ଇ ଚିତ୍ତ
ବହକି ଉଠଇ ସାଇତା ସପନ
ଦେଖି ବେଳ ରତ ରତ
ନାଉରୀଆ ରେ.....
ତୁମେ ହେ ନାଉରୀ ଘେନି ମୋ ଗୁହାରୀ
କରୁଣା କରିବ ମୋଠି -୨-
★★●★★