ନାଉରି
ନାଉରି
ପୂରୁବ ଆକାଶୁ ଆସଇ ମାଡି ପୁନେଇ ବା
ବିକଳେ ଡାକେ ମୁଁ ନାଉରି
ବେଗେ ବାହା ତୁ ନାଆ !
ନାଉରି ନ ଶୁଣେ ମୋ କଥା
ପାଣି ହୁଅଇ ଥିର
ବୁଲି କହେ ମୋତେ କାହିଁକି
ହୁଅ ଏଡ଼େ ଅଧୀର ।
ନାଆ ଧୀରେ ଧୀରେ ଫାଟିବ
କାତ ଯିବଟି ଭାଙ୍ଗି
ଏକା କେତେ କାଳ ଭାସିବୁ
ଥାଉ ନ ଥାଉ ସଙ୍ଗୀ ?
ଯେଉଁ ଦିନ ଇଛା ମୋହର
ତୋତେ ସେଦିନ ନେଇ
ବେଳା ଅବେଳା ମୁଁ ନମାନି
କୂଳେ ଦେବି ଲଗାଇ ।
