Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ନାରୀର ମହାନତା

ନାରୀର ମହାନତା

1 min
1.0K



ନାରୀ ତୋର କରି ନ ପାରିବି ଗୁଣ ଗାନ

ତୁହି ଏକା ଜଗତ ରେ ହୋଇଛୁ ମହାନ ।


ନାରୀ ତୋ ବିନା ସୃଷ୍ଟି କେବେ ହୋଇବ ନାହିଁ

ନାରୀ ତୋର ସହନଶୀଲତାର ତୁଳନା ନାହିଁ ।


 ତୁହି ଜାୟା ଜନନୀ ଭଗିନୀ ରୁପେ ଆସୁ

ଜଗତ ରେ କେତେ କର୍ମ କରି ଆନନ୍ଦ ରେ ହସୁ ।


ତୁହି କେବେ କଳ୍ପନା ଚଉଲା ରୂପେ ସାହସୀ ହେଉ

ତୁହି କେବେ ମଦର ଟେରସା ହୋଇ ତୋ ସେବା କୁ ଦେଉ ।


ତୁହି ଜନ୍ମ ଦାତ୍ରି ହୋଇ ସନ୍ତାନ କୁ ଦେଉ ଜନମ

କେତେ କଷ୍ଟ ସହି ଜଗତ ରେ କରୁଛୁ କରମ ।


ତୁହି ଝାନ୍ସି ରାଣୀ ହୋଇ ତୋର ବୀରତ୍ୱଦେଖାଇଲୁ

ତୁହି କୋକିଳକଣ୍ଠି ହୋଇ ଲତା ରୂପେ ଗୀତ ଗାଇଲୁ ।


ନାରୀ ତୁ କେତେ କଷ୍ଟ ଆଜି ବି ସହି ଯାଉଛୁ

କେବେ ବଧୂ ହତ୍ୟା ପୁଣି କେବେ ନିର୍ଯାତନା ର ଶିକାର ହେଉଛୁ ।


ନାରୀ ତୁହି ପୁରୁଷ ର ଅଧା ଅଙ୍ଗ ବୋଲି ଅର୍ଦ୍ଧାଙ୍ଗିନୀ ହୋଇଲୁ

ପୁରୁଷ ସହ ଧର୍ମ କରୁ ବୋଲି ସହ 

ଧର୍ମିଣୀ ନାମ ବହିଲୁ ।


ନାରୀ ତୁହି ସତୀ ସାବିତ୍ରୀ ହୋଇ ପତି ର ପ୍ରାଣ ରକ୍ଷା କରି ପାରୁ

ତୋରି ସତିତ୍ଵ ପାଇଁ ଯମ ଲୋକ କୁ ଯାଇ ତୁ ପାରୁ ।


ତୁହି ସତୀ ଅନୁସୟା ହୋଇ ତ୍ରିଦେଵ ଙ୍କୁ ବାଳକ କଲୁ

ତୁହି ସତୀ ସୀତା ହୋଇ ଅଗ୍ନି ପରୀକ୍ଷା ଦେଇ ମହାନ ହେଲୁ ।


ଆଜିର. ସମାଜ ରେ ତୁ ଆଉ ଅବଳା ହୋଇ ରହି ନାହୁଁ

ନିଜେ ଶିକ୍ଷିତା ହୋଇ ସବୁଠି ତୋର ବିଜୟ ଧ୍ଵଜା ଉଡାଉ ।


ନାରୀ ତୁହି ଦେବି ହୋଇ ଯୁଗେ ଯୁଗେ ପୂଜା ପାଇବୁ

ଦୁହିତା ହୋଇ ଦୁଇ କୁଳର ମାନକୁ ସବୁଠି ରଖିବୁ।



Rate this content
Log in

Similar oriya poem from Inspirational