STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ନାରୀ ,

ନାରୀ ,

1 min
186

ନାରୀ ସେହ୍ନମୟୀ

ଶକ୍ତି ସ୍ୱରୂପିଣୀ

ଜନନୀ, ଭଗିନୀ, 

ଜାୟାର ରୂପାନ୍ତରୀ

ହାସ୍ୟମୟୀ ଲାସ୍ୟମୟୀ

ସଭିଙ୍କ ହୃଦୟେ ଭରିଦିଏ

ସେହ୍ନଵୋଳା ପ୍ରୀତି

ଗଢି ପାରେ ସଂସାର

ନାରାୟଣୀର ରୂପାନ୍ତର

ଯୁଗେ ଯୁଗେ ସେ ଅମର

ତାରି ପ୍ରୀତି ସମ୍ଭାର

ନିକଟରେ ତୁଚ୍ଛ ଅଟେ

ଶତ ନମସ୍କାର

ଯୁଗେ ଯୁଗେ ସେ ଅମର

ଶତ କୋଟି ସମ୍ମାନର

 ହକଦାର

ନିଜ ଅନ୍ତର ତଳେ

ଚାପି ରଖେ କୋହ

ଝରାଏ ସେହ୍ନ ବୋଳା

 ସ୍ରୋତସ୍ୱିନୀର ଧାର

ନାରୀ ଅଟେ କମଳା

ବିମଳା ଚପଳାର ରୂପାନ୍ତର

ସଭିଏଁ ଭାବନ୍ତି ତାକୁ

ଅବଳା ଅସହାୟା

କିନ୍ତୁ ଏ କୁତ୍ସିତ ସମାଜ

କରେ ଅତ୍ୟାଚାର

ନାରୀ ଅବଳା ନୁହଁ

ତା ଦେହେ

 ରାଣୀ ଲକ୍ଷ୍ମୀ ବାଇ

ଲୀଳାବତୀ ଗାର୍ଗୀ

ମୈତ୍ରୀ, କୁନ୍ତୀର 

ରକ୍ତ ପ୍ରବାହିତ

 ନିଜ ହସ୍ତେ

ଧରିପାରେ ଅସ୍ତ୍ର

ସାଜେ ଦୂର୍ଗାଙ୍କର ରୂପ

କରିପାରେ ସଂହାର

ଲଙ୍ଘିପାରେ ପାରାବାର

ଭ୍ରମି ପାରେ ଅନ୍ତରୀକ୍ଷ

ତାହାରି ଚରଣ ତଳେ

ଶତ କୋଟି ନମସ୍କାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational