Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Inspirational Thriller

4.5  

Tankadhar Majhi

Inspirational Thriller

ନାରୀ

ନାରୀ

1 min
275


 


ରାତିର ମୁଦ୍ରିତ ଆଖିଟା

ନ ଦେଖିଲା ଭଳି ଦେଖି ଯାଉଥିଲା

ଗୋଟେ ନିରୀହ ନାରୀ ଜୀବନର ବ୍ୟଭିଚାର

ଆଉ ତା ପରେ...

ଆଖିକୁ ଖୋଲା ରଖି ଫେରି ଆସିଥିବା ଦିନ

ଦେଖାଉଥିଲା ଅତ୍ୟାଚାରର କରୁଣା ଚିତ୍ର ।


ଲୁହରେ ଭିଜି ଭିଜି ଆଖିଟା ଲାଲ ଦିଶୁଥିଲା

କିଛି ବୁଝାଇବାକୁ ପଡୁ ନଥିଲା

କହିପାରୁ ନଥିବା କଥା ଦୃଶ୍ୟାୟିତ ହେଲା 

ଆଉ ତା ପରେ...

ସୁରକ୍ଷାର ରାଜନୀତିରେ ଯୁଦ୍ଧ ଲଢ଼ି ଲଢ଼ି 

ଶରୀର ତ ଠିକ୍ ହେଇ ଯାଉଥିଲା ହେଲେ,

ଲଜ୍ମାରେ ମାନସିକ ଯନ୍ତ୍ରଣା ଭରି ହେଉଥିଲା ।


ଲୋଭ ଆଖିଟା ଦେହରେ ପଡ଼ି

ଚରିତ୍ରକୁ ଅସଜଡା଼ କରି ସଜାଉଥିଲା 

ଗୋଟେ କଳଙ୍କିତ ଘଟଣାର ବିଭିନ୍ନ ବର୍ଣ୍ଣନା

ଆଉ ତା ପରେ... 

ଇଜ୍ଜତର ମୂଳ୍ୟକୁ ନିକିତିର ଗୋଟିଏ ପଟେ ବସାଇ

ଜଣେ ନାରୀର ଭାଗ୍ୟ-କର୍ମକୁ ପ୍ରଶ୍ନ କରୁଥିଲା 

ଅନ୍ୟ ଜଣେ ନକାରାତ୍ମକ ଭାବନାର ଜଳ୍ହାଦ ।


Rate this content
Log in

Similar oriya poem from Inspirational