STORYMIRROR

Sagar Pradhan

Inspirational

2  

Sagar Pradhan

Inspirational

ନାରୀ ଟିଏ ଯଦି

ନାରୀ ଟିଏ ଯଦି

1 min
13.9K


ନାରୀଟିଏ ଯଦି ମାଆ ହୋଇଥାଏ

ମମତାର ଧାର ସିଏ।

ସନ୍ତାନ ମଙ୍ଗଳ କାମନା ସକାଶେ

ନିତ୍ୟ ପୂଜା କରୁଥାଏ।

ନାରୀଟିଏ ଯଦି ଭଗିନୀ ହୁଅଇ

ସ୍ନେହର ପିତୁଳା ସିଏ।

ରାକ୍ଷୀର ଡୋରିଟେ ହାତେ ବାନ୍ଧିଦାଇ

ତାସୁରକ୍ଷା ମାଗୁଥାଏ।

ନାରୀଟିଏ ଯଦି ପ୍ରେମିକାଟି ହୁଏ

ପ୍ରେମ ଝର ବହିଯାଏ।

ହୃଦୟ କଥା କୁ ଆଖିରେ ବୁଝେସେ

ମନ ବ୍ୟଥା ଦୁରେ ଯାଏ।

ନାରୀଟିଏ ଯଦି ଘରଣୀଟି ହୁଏ

ଘରକୁ ସଜାଇ ଦିଏ।

ବାହା ବେଦୀ ଅଙ୍ଗେ ଅଗ୍ନିସାକ୍ଷୀ ରଖି

ସାତ ଜନ୍ମ ସାଥି ହୁଏ।

ନାରୀଟିଏ ଯଦି ଜେଜେମା ଟି ହୁଏ

ଗପ ଗନ୍ତା ଘର ସିଏ।

ନାତି ନାତୁଣୀ ତା ନୟନ ପିତୁଳା

ସାଥେ ହସି ଖେଳୁ ଥାଏ।

Sagar Pradhan,padadigi, ganjam

9124776287


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational