STORYMIRROR

Sagar Kumar Parida

Classics

2  

Sagar Kumar Parida

Classics

ନାରୀ ସୁରକ୍ଷା

ନାରୀ ସୁରକ୍ଷା

1 min
189

ହେ ମୋ ଦେଶର ସୁକୁମାରୀ କଳିକା ସମୂହ

    ଦେଖୁନାହିଁ ସମୟର କଦର୍ଯ୍ୟ ପ୍ରବାହ

ସମୟର ପ୍ରତିକୂଳେ ତୁମ ଜୀବନର ଯାତ୍ରା

      ସେଥିପାଇଁ ଘଟେ ଏଠି 

    ଦିନ ଦ୍ବିପ୍ରହରେ ଦୁଷ୍କମ ଓ ହତ୍ୟା

ଜଳିଯାଏ ଅବେଳରେ ଜୀବନର ଚିତା

    କାହାକୁ କହିବ ତୁମ ଜୀବନର ବ୍ୟଥା

ରକ୍ଷକ ଭକ୍ଷକ ସାଜି ବଢ଼ାଉଛି ଚିନ୍ତା

      ଗଣ ଦୁଷ୍କମର ବିଭତ୍ସ ତାଣ୍ଡବ 

ମଦ୍ୟପ ମାତାଲଙ୍କର ଏଠି ବଢେ ପ୍ରାର୍ଦୁ ଭାବ

       ତଥାପି କରିବାକୁ ହେବ ସଂଘର୍ଷ ଜୀବନେ

ଅନନ୍ତ ସମୟ ପରା ଆମ ସନ୍ନିଧ୍ୟାନେ

      ପ୍ରିୟଙ୍କା,ନିର୍ଭୟା ଆଉ କୁନ୍ଦୁଲି ପୀଡିତା

ବଢାଇଛି ତୁମ ମନେ ବଞ୍ଚିବାର ଚିନ୍ତା

   ଅଧର୍ଯ୍ୟ ନ ହୋଇ କରିବା ସଂଗ୍ରାମ

    ଧରି ଦୁର୍ଗା ରୂପ

ବିନାଶ କରିବ ତୁମେ ନାରୀ ମାଂସ ଲୋଭୀ ପିଶାଚ ଅନେକ

   ଏ ସମୟ ଚାଲିଯିବ ସୂର୍ଯ୍ୟଙ୍କ ନୂତନ କିରଣେ

    ଆଇନର କୁଠାର ଆଘାତେ 

    ନାରୀର ସୁରକ୍ଷା ଏଠି ହୋଇବ ନିଶ୍ଚିନ୍ତ

     ସ୍ୱାର୍ତ୍ତୀକ ଗୁଣର ଦିନେ ହୋଇବ ପ୍ରକାଶ

ରାମ ରାଜ୍ୟ ଏ ଦେଶରେ ସ୍ଥାପନ ଅବଶ୍ୟ

    ପାପୀ,ଦୁରାଚାରୀ,ସର୍ବେ ନ ରହିବେ ଏଠି

    ସତ୍ୟ ,ଶାନ୍ତି,କ୍ଷମା,ପ୍ରୀତି କରିବ ରାଜୁତି

     ହିଂସା ଶୂନ୍ୟ ରାଜ୍ୟେ

ପୁଜିତା ହୋଇବ ନାରୀ ତା ସମସ୍ତ କାର୍ଯ୍ୟେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics