STORYMIRROR

Sagar Kumar Parida

Tragedy Inspirational

3  

Sagar Kumar Parida

Tragedy Inspirational

ନାରୀ ସଶକ୍ତିକରଣ

ନାରୀ ସଶକ୍ତିକରଣ

1 min
334


ମାର ନାହିଁ ମୋତେ ମାର ନାହିଁ

   ମାଆର ପେଟରୁ ମାର ନାହିଁ,

     ଶତ୍ରୁପରି ମୋର ସାଥେ ବ୍ୟବହାର

         ସମାଜେ କରୁଛ କାହିଁ ପାଇଁ ।।

ସ୍ନେହ ପାଇବାର ଅଧିକାର ମୋର

    ଝିଅଟିଏ ବୋଲି ନିଅ କାଢି,

       ସୁନ୍ଦର ପୃଥିବୀ ଦେଖିବା ଆଗରୁ

            ଭୃଣ ହତ୍ୟାକର ପାପେ ଜଡି ।।

ତୁମକୁ ଜନମ ଦେଇଛି ତ ଯିଏ

    ସ୍ନେହର ଭଣ୍ଡାର ମାଆଟିଏ,

       ବିବାହ କରିବା ପାଇଁ ଖୋଜ ଯା'କୁ

           କାହାର ତ ପୁଣି କନ୍ୟା ସିଏ ।।

ମୋତେ ଜନ୍ମ କରି ଶିକ୍ଷିତ କରିଲେ

     ହୋଇବିନି କି ମୁଁ ବଡ଼ବାବୁ,

       ଆଜି ଝିଅ ସବୁ କ୍ଷେତ୍ରରେ ଆଗୁଆ

           ପଛରେ ପକାଇ ପୁଅ ସବୁ ।।

ବନ୍ଦକର ତୁମେ ନାରୀ ନିର୍ଯ୍ୟାତନା

     ଯୌତୁକ ଯାତନା ବନ୍ଦକର,

       ଘର କୋଣେ ମୋତେ ରଖ ନାହିଁ ଆଉ

              ଆଗକୁ ଯିବାକୁ ବାଟଛାଡ଼ ।।

ନାରୀର ପ୍ରଗତି ସମାଜ ଉନ୍ନତି

    ନାରୀ ପୂଜା ପାଏ ଯେଉଁ ଦେଶେ,

        ସେ ଦେଶ ଉନ୍ନତି,ଲଷ୍ମୀଙ୍କ ରାଜୁତି

              ଧନ ସମ୍ପଦର ଐଈଶ୍ୱର୍ଯୈ ।।

ଆଧୁନିକ ଯୁଗେ ପ୍ରତିକ୍ଷେତ୍ରେ ଶୁଭେ

      ନାରୀର ବିଜୟ ଶଙ୍ଖନାଦ,

       ମହାକାଶ ରାଜନୀତି ଦେଶରକ୍ଷା

           ସୁଵୁଠି ନାରୀର ଜୟଧ୍ବଜ।।

ପୁରୁଷ ସମାଜ ନାରୀକୁ ସମ୍ମାନ

     କରିବା ଶପଥ ଆଜ ନିଅ ,

        ଅର୍ଦ୍ଧେରାତ୍ରେ ନାରୀ ବୁଲିବ ଯେପରି

           ବାପୁଜୀଙ୍କ କଥା ରଖ ଲୟ ।।

ନାରୀ ସ୍ବାଧୀନତା ନାରୀର ସୁରକ୍ଷା 

    କରିବା ଜୀବନେ ଆମେ ବ୍ରତ,

        ପୂଣ୍ୟ ଭାରତର ହେଉ ଜୟଗାନ

            ନାରୀ ଜାଗରଣ ମହାମନ୍ତ୍ର ।।



 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy