Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିତା ସୃଜନୀ ସ୍ୱରଚିତ ଲେଖା

Classics Inspirational Children

4  

କବିତା ସୃଜନୀ ସ୍ୱରଚିତ ଲେଖା

Classics Inspirational Children

ନାରୀ ଶକ୍ତି

ନାରୀ ଶକ୍ତି

1 min
261



ନାରୀ ଅଟେ ସ୍ୱୟଂ ଅର୍ଦ୍ଧନାରୀଶ୍ବରୀ

ମନେ ନ ଭାବ ନାରୀ ଦାସୀ

ନାରୀ ଅଟେ ମା ମହିସୁର ମର୍ଦ୍ଧିନୀ

ଅଟେ ନାରୀ ମାତା ଦୁର୍ଗତି ନାସୀ |


ନାରୀ ଅଟେ ମାଆ ମହାକାଳୀ ଚଣ୍ଡୀ

ଦେଖନାହିଁ ନୟନେ ଅର୍ଡିନେରୀ

ନାରୀ ଅଟେ ପୁଣି ପ୍ରେତନାସୀ ମୟୀ

ସେ ଅଟେ ଦୁରୁମତୀ ନାସୀ ଗୌରୀ |


ନାରୀ ଅଟଇ ସ୍ୱୟଂ ମାତା ସାରଦା

ମନେ ନିଅନି ଅଜ୍ଞାନା ଗୃହିଣୀ

ନାରୀ ଅଟେ ପୁଣି ଗାନ ସରସ୍ବତୀ

ସୁର ସୁନ୍ଦରୀ ସୁସ୍ବର ଗାୟିନୀ |


ନାରୀ ଅଟେ ସ୍ୱୟଂ ସୀତା ମହାଲକ୍ଷ୍ମୀ

ଭାବନାହିଁ ସେହି ତ ଭିକାରୁଣୀ

କୋଟି ଭିକାରୀର ଭାବଗ୍ରାହୀ ନାରୀ

ତେର ଲକ୍ଷ ଦେବ ତା ପାଶେ ଋଣୀ |


ନାରୀ ଅଟେ ମାତା ସରବ ମଙ୍ଗଳା

ତୁଣ୍ଡେ କୁହନାହିଁ ଅମଙ୍ଗଳକାରୀ

ନାରୀ ଅଟେ ସ୍ୱୟଂ ସତୀ ସବିତିରୀ

ଯିଏ ଜିଇଁଲା ଯମ ପାଶ ତୋରି |


ନାରୀ ଅଟେ ପୁଣି ସଧର୍ମଚାରିଣୀ

ତାଙ୍କୁ କରନାହିଁ ତନୁର ପ୍ରିୟା

ନାରୀ ଅଟେ ପୁଣି ଜନମ ମାଧ୍ୟମ

ଅଟଇ ଜାନକୀ ଜନନୀ ଜାୟା ||



Rate this content
Log in