STORYMIRROR

Arjuni charan Behera

Inspirational Others Children

4  

Arjuni charan Behera

Inspirational Others Children

ନାମ ମୋହର ଧରମା

ନାମ ମୋହର ଧରମା

1 min
303


ବିଶ୍ଵକର୍ମା କୁଳେ ଜନମ ମୋହର

     ନାମ ମୋହର ଧରମା l

ହାତେ ଧରି ଅଛି ନିହାଣ ମୁଗୁର

    ମୁଁ ଅଟେ ବିଚିତ୍ର କର୍ମା ll

ଜନନୀ ଜଠରୁ ଜନମ ଲଭିଲି

    ବାପ ମୁଖ ଦେଖି ନାହିଁ l

ଘରପୋଥି ପଢ଼ି ବିଦ୍ୟା ସାଧିଅଛି

    ବିଶ୍ଵ କରମାଙ୍କୁ ଧ୍ୟାୟୀ ll

ଆହେ ଶିଳ୍ପୀକୁଳ ନହୁଅ ବିକଳ

    କିମ୍ପା ଯିବ ତୁମ ମଥା l

ମାରିବି ମୁଁ ଚୂଳ ଅରକ ଦେଉଳ

    ଦେଉଅଛି ନିଅ କଥା ll

ମାଆ ମୁଖୁ ଶୁଣି ଅଇଲି ଏ କ୍ଷଣି

    ଶିଳ୍ପୀକୁଳ ଯିବେ ବୁଡ଼ି l

ରାତି ନପାହୁଣୁ ମୁଣ୍ଡି ନମରିଲେ

    ମଥା ଯିବ ତାଙ୍କ ଛିଡ଼ି ll

ଥାଉଁ ଥାଉଁ ମୁହିଁ ମରିବେ କିମ୍ପାଇଁ

     ମୋର ଜାତିକୁଳ ଭାଇ l

ଦେଖ ଦେଖ ଦେଖ ସର୍ଵ ଜାତିଭାଇ

     ଚୂଳ ଦେଉଛି ବସାଇ ll

ଧନ୍ୟରେ ଧରମା ତୁହି ବିଶ୍ଵକର୍ମା

    କଥା ରହିଗଲା କାଳେ l

ସୁନ୍ଦର ଦେଉଳ କୋଣାରକେ ଉଭା

   ଏ ପୁଣ୍ୟ ଭୂମି ଉତ୍କଳେ ll

ସୂଚୀ ମୁନେ ଗଢ଼ା ଲିଙ୍ଗରାଜେ ଛିଡ଼ା

      ଶିଳ୍ପୀ କୁଳର ଗାରିମା l

ନମଃ ହେ ଆଦିତ୍ୟ ନମଃ ଜଗନ୍ନାଥ

     ନମଃ ନମଃ ବିଶ୍ଵକର୍ମା ll

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational