STORYMIRROR

Prasanna kumar sahu

Romance Tragedy

3  

Prasanna kumar sahu

Romance Tragedy

ନାହିଁ ନାହିଁର ଜୀବନ ମୋର

ନାହିଁ ନାହିଁର ଜୀବନ ମୋର

1 min
191

ପାଉଁଜି ଶବଦ ଋଣ ଝୁଣ ହୋଇ

ବାଜୁ ନାହିଁ ମୋ କାନରେ,

ରୁମ୍ ଝୁମ୍ ସେହି ଚୁଡ଼ିର ଶବଦ

ଶୁଣେ ନାହିଁ ମୁହିଁ ଘରେ।


ଟୋପା ଟୋପା ହୋଇ ଜଳ ବିନ୍ଦୁ

ପଡୁନି ମୁକୁଳା କେଶୁ,

ଆଜି ଯାଏଁ ପରା ରମଣୀ ମୋର

ଫେରିନି ଆଫେରା ଦେଶୁ।


ଗଭାର ଗଜରା ଦିଶୁନାହିଁ କାହିଁ

ବାସ ସିନା ମହକୁଛି,

ନୟନେ ଗଜରା ଦେଖିବା ପାଇଁ

ମୋ ମନଟା ଝୁରୁ ଅଛି।


ଯୌବନର ଉଛୁଳା ପ୍ରେମ ତାଙ୍କ

ମନରେ ରହିଛି ଛପି,

ମିଳୁନାହିଁ କାହିଁ ଏହି ସବୁ ଆଉ

ଅଟେ ପରା ମହା ପାପୀ।


ନାହିଁ ନାହିଁ ର ଜୀବନ ବିତାଉଛି

ଏକାକୀ ପଥିକ ହୋଇ,

ଜୀବନ ପଥଟା ସରିବ କିପରି

ସାହାସ ମୋ ପାଉ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance