STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ନାହିଁ ମାତୃଭାଷ ଶିକ୍ଷା

ନାହିଁ ମାତୃଭାଷ ଶିକ୍ଷା

1 min
553


ନୂତନ ଭାରତେ ଶିକ୍ଷାନୀତି ନୂଆ ଆଣିଛି ଗୌରବ ଦେଶେ,


   ରୁହନ୍ତି ଓଡ଼ିଆ ବିଚ୍ଛନ୍ନାଚଳରେ ଦୁର୍ଭାଗ୍ୟ ତାଙ୍କରି ଦିଶେ।


ରାଜ୍ୟ ଝାଡ଼ଖଣ୍ଡ ହେଲା ଯେଉଁ ଦିନୁ ଓଡ଼ିଆଙ୍କ ଭାଷା ଶୂନ୍ୟ,


   ନମିଳେଟି ବହି ନାହାଁନ୍ତି ଶିକ୍ଷକ ନାହିହିଁ ଭାଷାର ଧ୍ୟାନ।


କିପରି ପଢିବେ ଛାତ୍ରଛାତ୍ରୀ ଏଠି ଚିନ୍ତିତ କରୁଛି ମନ,


   ଧ୍ୟାନ ନାହିଁ କାର ନପଡେ ନଜର ନାହିଁ ଓଡ଼ିଆର ଧ୍ୟାନ।


ସିଂହଭୂମି ଥିଲା ଯେତେ ଦିନ ଯାଏ ବିହାର ଅଧିନେ ସ୍ଥାନ,


   ଶିକ୍ଷା ମିଳୁଥିଲା ଓଡ଼ିଆ ଭାଷାରେ ସବୁ ପରିପୂର୍ଣ୍ଣ ମାନ।


ବହି ମିଳୁ ଥିଲା ଓଡ଼ିଆ ଭାଷାରେ ଓଡ଼ିଆଙ୍କ ଥିଲା ମାନ,


   ସ୍କୁଲରେ ଥିଲେଟି ଓଡ଼ିଆ ଶିକ୍ଷକ ଓଡ଼ିଆରେ ଥିଲା ଧ୍ୟାନ।


ବିଚ୍ଛନ୍ନାଚଳର ଓଡ଼ିଆ ଜନଙ୍କ ଝାଡ଼ଖଣ୍ଡେ ଭାଷା ଶୁନ୍ୟ,


   ଏବେ ଏକତ୍ରିତ ମାତୃଭାଷା ପାଇଁ ଆନ୍ଦୋଳିତ ହୁଏ ଜନ।


ନୂଆ ଶିକ୍ଷାନୀତି ମାତୃଭାଷା ପାଇଁ ନପଡେ ତାର ନଜରେ,


   ସମ୍ବିଧାନ ଦିଏ ଅଧିକାର ପୁଣି ପଢିବା ମାତୃଭାଷରେ।


ଝାଡ଼ଖଣ୍ଡ ରାଜ୍ୟ ନହୁଏ ପୂରଣ ଓଡ଼ିଆ ଶିକ୍ଷା ଆମର,


  ରୋଦନ କରନ୍ତି ଓଡ଼ିଆ ଭାଷୀ ହିଁ ଅଶ୍ରୁ ଗଡେ ଝରଝର।


ଗୁହାରି କରିଲୁ ଓଡିଶା ରାଜ୍ୟକୁ କରୁଅଛୁ ସବୁ ସ୍ଥାନେ,


  ଦେଶ ଶିକ୍ଷାମନ୍ତ୍ରି ଜାଣିଛନ୍ତି ସବୁ ଗୁହାରି ବା କେଉଁ ସ୍ଥାନେ?


ଶୁଭ ସମାଚାର ମିଳିବକି କେବେ ବିଚ୍ଛନ୍ନାଚଳ ଆତୁର,


  ଓଡ଼ିଆରେ ଶିକ୍ଷା ମିଳିବକି ଏଠି ବହୁ ଅଛି ଅଶ୍ରୁ ନୀର।


ଓଡ଼ିଆର ବହି ମିଳିବକି ଏଠି ପଢାପଢି ଓଡ଼ିଆରେ,


  କେବେସେ ସୁଯୋଗ ଆସିବକି ଏଠି ଚିନ୍ତାହୁଏ ନିରନ୍ତରେ।


ସ୍କୁଲରେ ଆମର ଓଡ଼ିଆ ଶିକ୍ଷକ ଆସିବେକି ଶିକ୍ଷା ପାଇଁ,


  ଛାତ୍ରଛାତ୍ରୀ ଆମ ପଢିବେ ଓଡ଼ିଆ ମାତୃଭାଷା ଶିକ୍ଷାପାଇଁ।


ସ୍ବପ୍ନ ପରି ଲାଗେ ଭରୋସା ରହିଛି ଜଗନ୍ନାଥ ପଦେ ଧ୍ୟାନ,


  ଓଡ଼ିଆ ଭାଷୀଙ୍କ ବିଚ୍ଛନ୍ନାଚଳରେ ହେବ ମନବାଞ୍ଚା ପୂର୍ଣ୍ଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy