STORYMIRROR

Minati Behera

Inspirational

3  

Minati Behera

Inspirational

ନାଗରିକ

ନାଗରିକ

1 min
188

ଦୁନିଆ ଯଦି ପୁଷ୍କରିଣୀ ହୁଏ 

ତୁମେ ସେହି ପୁଷ୍କରିଣୀର କଢଟିଏ 

ଅଠର ବର୍ଷ ପରେ ତୁମେ ଫୁଟ 

ତୁମକୁ ତୋଳିବାକୁ ନେତା ମନ୍ତ୍ରୀଙ୍କ

 ଲାଗେ ଲମ୍ବା ଲାଇନ 

ଲୋଭ ଦେଖାଇ ନବାକୁ ଭୋଟ.. 1

ଦୁନିଆ ଯଦି ଜଙ୍ଗଲ ହୁଏ 

ସେହି ଜଙ୍ଗଲର ତମେ ଏକ ପ୍ରଜାତିର ଯିବ 

ଯେତେବେଳେ ତମେ ଗର୍ଜନ କରି 

ନିଜ ଅଧିକାର ପାଇଁ ଲଢ଼ 

ଥରି ଉଠେ ମର୍ତ୍ତ୍ୟ ଲୋକ.. 2

ଯଦି ଦେଶ ଏକ ବୃକ୍ଷ ହୁଏ 

ତମେ ହଉଛ ସେଇ ବୃକ୍ଷର ସବୁଜ ପତ୍ର 

ଯେମିତି ପତ୍ର ବିନା ବୃକ୍ଷ ଥୁଣ୍ଟା 

ସେମିତି ତମ ବିନା ଦେଶ 

ପାରେନି ଭିଡି ତା ଅଣ୍ଟା.. 3

ଯଦି ଦେଶ ଏକ ସଂଗୀତ ହୁଏ 

ସେଇ ସଂଗୀତର ତାଳ, ଲୟ ସ୍ୱର ହଉଛ ତୁମେ 

ଯେମିତି ଏହା ବିନା ସଂଗୀତ ବେସୁରା 

ସେମିତି ତମ ବିନା ଦେଶ ଅଧୁରା.. 3

ଅନ୍ଧାର ରାତିର ତମେ ଆଲୋକ 

ତୁମେ ହଉଛ ଆମ ଦେଶ ନାଗରିକ.... 



Rate this content
Log in

Similar oriya poem from Inspirational