ବୃଦ୍ଧ
ବୃଦ୍ଧ


ଅସୁମାରୀ ସ୍ୱପ୍ନ ଦେଖୁଥାଏ ନିଷ୍କପଟ ଆଖି ଦୁଇ
ସତେ ଯେପରି ପୂର୍ବ ସମୟ ଫେରି ଆସନ୍ତା
ଦୂର ଦିଗବଳୟକୁ ସେ ଦେଖି ପାରନ୍ତା
ଥର ଥର ହାତ ଦ୍ୱୟ ଆଗକୁ ବାହାରି ଆସେ
ଧରିବାକୁ ଅନେକ ଜିନିଷ ହେଲେ ଶକ୍ତି ପାଏନା
ତଥାପି ସେ ବୟସକୁ ଉପେକ୍ଷା କରି
ଆଗକୁ ବଢ଼ି ଚାଲେ କିଛି କରିକି ବାହାନା
ଯାହାର ଭିତରେ ଅଛି ଆତ୍ମବିଶ୍ୱାସର ଘର
ଆଖିରେ ଅଛି ଯୁବ ଶକ୍ତିର ତୀର
ବୃଦ୍ଧ ନୁହେଁ ସିଏ ଯୋଦ୍ଧା ଆମର
ବୃଦ୍ଧ ନୁହେଁ ସିଏ ଯୋଦ୍ଧା ଆମର