ଜହ୍ନ
ଜହ୍ନ
1 min
186
ଅନ୍ଧକାର ଦୂରେଇ ଆଲୋକ ଦିଏ
ପିଲାଙ୍କ ଆଖିରେ ମାମୁଁଟେ ସିଏ
ଶୀତଳ କିରଣ ତାର ଅତି ମନୋହର
ସୁନ୍ଦର ଦିଶଇ ଦେଖିବାକୁ ଆହାଃ କି ସୁନ୍ଦର !
ସୂର୍ଯ୍ୟ ଅସ୍ତ ପରେ ଦିଶଇ ସିଏ
ନକ୍ଷତ୍ର ମଧ୍ୟରେ ଗ୍ରହଟି ସିଏ
କୁମାର ପୂର୍ଣ୍ଣିମାରେ ସେ ତ ରାଣୀ
ପୂଜା କରନ୍ତି ତାକୁ ତରୁଣୀ ମିଳି
ପ୍ରେମର ପ୍ରତୀକ ସିଏ ନାହିଁ ତା ଉପମା
ଦୁନିଆ ଭିତରେ ସିଏ ଏକଇ ରମା
ନାମ ତାହାର ଜହ୍ନ
ଯାହାକୁ ଦେଖିଲେ ମନ ହୁଏ ଉଚ୍ଛନ୍ନ
